ସୁବର୍ଣ୍ଣପୁର, 17 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡ୍. ନୃପରାଜ ସାହୁ ଯୋଗଦାନ କଲାପରେ ନୂତନ ଢଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣୀ କୁ ବିକେନ୍ଦ୍ରି କରଣ, ଲୋକାଭିମୁଖୀ ଓ ଜନସାଧାରଣଙ୍କ ନିକଟତର କରିବା ପାଇଁ ପ୍ରୟାସ କରି ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ପରିବର୍ତ୍ତେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଆଗାମୀ ତା ୧୮.୦୮.୨୦୨୫ ରିଖ ଦିନ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିବର୍ତ୍ତେ ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ମେଘଲା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରେ ଅନୁଷ୍ଠିତ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ