ସମ୍ବଲପୁର, ୧୭ ଅଗଷ୍ଟ(ହି.ସ.) – ପବ୍ଲିକ ଲାଇବ୍ରେରୀର ନିଜସ୍ୱ ପ୍ରେକ୍ଷାଳୟରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଷୋଡଶ ସପ୍ତାହର ଶିକ୍ଷାଦାନ ସମାପନ ହୋଇଯାଇଛି। ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଉପରେ ଆଲୋଚନା ଆରମ୍ଭ କରି ପ୍ରାକ୍ତନ ଶିକ୍ଷକ ଉଦିତ ଚନ୍ଦ୍ର ପାଟଯୋଶୀ ବିଶ୍ୱର ଧନୀ ବ୍ୟକ୍ତି ବିଲଗେଟ୍, ସଫ୍ଟୱେରର ଉଦ୍ଭାବକଙ୍କ ଜୀବନି ଉପରେ ଆଲୋଚନା କରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଇଛାଶକ୍ତି ବଳରେ କିପରି ନିଜକୁ ପ୍ରତିଷ୍ଠିତ କରିପାରେ ସେ ବିଷୟରେ ପିଲାଙ୍କୁ ବୁଝେଇଥିଲେ। ଦ୍ୱିତୀୟ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ଘର ଆମ ମନ୍ଦିର ଭାବେ ଅବିହିତ କରି ନିଜ ଘର ବିଶେଷ କରି ବ୍ୟବହାର ରେ ଆସୁଥିବା କୋଠରୀର ବାୟୁ ପ୍ରଦୂଷଣ ଓ ନିରାକରଣ ଉପରେ ଆଲୋଚନା କରି ଘରେ ରାସାୟନିକ ଦ୍ରବ୍ୟ, ଅତ୍ୟଧିକ ସାବୁନ ବ୍ୟବହାର ଓ ମଶା ଧୂପକାଠି ର ଭୟାବହତା ଉପରେ ପିଲାଙ୍କୁ ସତର୍କ କରି ଏସବୁର ବ୍ୟବହାରରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ଆରମ୍ଭରୁ ଅନୌପଚାରିକ ଭାବେ ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆରମ୍ଭରୁ ମୌଳିକ ଇଂରାଜୀ ଶିକ୍ଷା ଦେଇଥିଲେ। ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜି ଆଲୋଚନା ରେ ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ଅଦିତି, ଅଭିଜ୍ଞାନ, ଆଶୁତୋଷ, ଗୌରବ, ବିଦୁଷୀ, ଜିତେନ୍ଦ୍ର, ଅବିନାଶ ଓ ରୁଦ୍ରାଅଂଶୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ସମ୍ପାଦକ ରଘୁନାଥ ମିଶ୍ର , ପ୍ରଫେସର ସେବକ ତ୍ରିପାଠୀ, ଅର୍ଜୁନ ପଣ୍ଡା ପ୍ରମୁଖ, ଡ଼ ଗିରିଧାରୀ ହୋତା, ପୃଥ୍ୱୀରାଜ ମିଶ୍ର, ଅଶୋକ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲାଇବ୍ରେରୀ ର ମୁଖ୍ୟ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୌଜ୍ୟନତାରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଧଳା ଟି-ସାର୍ଟ ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୮ ଟି ବିଦ୍ୟାଳୟରୁ ୪୬ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ