Bhubaneswar, 17 ଅଗଷ୍ଟ (ହି.ସ.)
ଜୟପୁର, ଜୟପୁର ଡ଼ଙ୍ଗାଗୁଡ଼ାସ୍ଥିତ ସତ୍ସଙ୍ଗ ବିହାରରେ ଜନ୍ମାଷ୍ଟମି ଏବଂ ନନ୍ଦ ଉତ୍ସବ ଉପଲକ୍ଷେ ସତ୍ସଙ୍ଗର ଆୟୋଜନ ହୋଇଥିଲା । ଏଥିରେ ପ୍ରଥମ ଦିନ ପ୍ରତିରିତିକ ନିରଞ୍ଜନ ଆଚାର୍ଯ୍ୟ ଏବଂ ଆଜି ଶିଶିର କୁମାର ପରିଜାଙ୍କ ଅଧ୍ୟକ୍ଷତାରେ କରିଥିଲେ । ପ୍ରାରମ୍ଭିକ ସୂଚନା ଖଗେନ୍ଦ୍ର ବାରିକ୍ ଦେଇଥିଲେ । ପୁରୋଞ୍ଜନ ପାଣିଗ୍ରାହୀ ଏବଂ କାଳୀ ପଟ୍ଟନାୟକ ଠାକୁରଙ୍କ ବିଷୟରେ ଯାଜନ କରିଥିଲେ । ଏଥିରେ କପିଳ ଚରଣ ମହାକୁଳ, ବିନୋଦ ମହାପାତ୍ର ପ୍ରମୁଖ ଭାଗ ନେଇ ଠାକୁରଙ୍କ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ରୋଟାରୀ ପ୍ରାଇଡ଼୍ ସଦସ୍ୟ, ଗୋପାଳ ଗୋ ସେବା ସମିତି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଜୟପୁର ସରକାରୀ ବାଳକ ବିଦ୍ୟାଳୟ ୧୯୮୫ ବ୍ୟାଚ୍ ପକ୍ଷରୁ ୧୦ ହଜାର ଟଙ୍କା ଏବଂ ଉଷାରାଣୀ ଆଚାର୍ଯ୍ୟ ଏକ ହଜାର ଟଙ୍କା ସତ୍ସଙ୍ଗ ବିହାରକୁ ଦାନ କରିଥିଲେ । କପିଳ ଚରଣ ମହାକୁଳଙ୍କ ଜନ୍ମ ଦିନ ଏହି ତିଥିରେ ରହିଥିବାରୁ ପରିବାର ପକ୍ଷରୁ ସମସ୍ତଙ୍କ ପାଇଁ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମକୁ ନରେଶ ମହାକୁଳ, ଚନ୍ଦ୍ରକାନ୍ତ ସୁତାର, ମନୋଜ ହୋତା, ଶ୍ୟାମ ସୁନ୍ଦର ରାୟ ପ୍ରମୁଖ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି