ଘଟଗାଁ, ୧୭ ଅଗଷ୍ଟ (ହି.ସ.)
ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ।ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପରେ ଆସିଥିଲେ। ତାଙ୍କର ମାନବ ଲୀଳାରେ ପୃଥିବୀର ସମସ୍ତ ପ୍ରକାର କଳୁଷ ନାଶ କରିବା ମୂଳ ଲକ୍ଷ।ପୃଥିବୀକୁ କଂସର ଅତ୍ୟାଚାର ଓ ରାକ୍ଷସ ମାନଙ୍କ ବଧ କରିବା ପାଇଁ ବ୍ରହ୍ମା ଓ ଦେବଗଣଙ୍କ ଅନୁରୋଧ ରକ୍ଷା କରି ମାନବ ରୂପେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହି ଦିନକୁ ମଣତା ଗ୍ରାମ ବାସୀ କିଛି ବର୍ଷ ପୂର୍ବରୁ କୃଷ୍ଣ ଙ୍କ ଫୋଟ ପୂଜା କରି ପାଳନ କରିଆସୁଥିଲେ। ସମୟ କ୍ରମେ ଗ୍ରାମର ଯୁବକ ମାନେ ଉନ୍ନତ ମାନର କରିବାକୁ ଯାଇ ଶ୍ରୀ କ୍ରୀଷ୍ଣା ହେଲପିଙ୍ଗ ଫାଉଣ୍ଡେସନ ସଂଗଠନ ଗଢି ଦୀର୍ଘ ବର୍ଷ ହେବ ମୂର୍ତ୍ତି ପୂଜା କରିଆସୁଛନ୍ତି। ସୁସଜିତା ମେଢ଼ ସାଙ୍ଗକୁ ମିନାବଜାର, ବିଭିନ୍ନ ପ୍ରତିଯୋଗିତା, ସନ୍ଧ୍ୟାରେ ଭଜନ ସମାରୋହ ଓ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି କ୍ରୀଷ୍ଣା ହେଲପିଙ୍ଗ ଫାଉଣ୍ଡେସନ। ସ୍ଥାନୀୟ କୁମୁଟିଆ ନାଳରୁ କଳସ ଆଣି ଦିବା ୧୨ଘଟିକା ସମୟରେ ଚକ୍ଷୁଦାନ ଦେଇ ପୂଜା ଅର୍ଚ୍ଚନା କରିବା ସହିତ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକ ମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ପରେ ଶ୍ରୀ କୃଷ୍ଣ ହେଲପିଙ୍ଗ ଫାଉଣ୍ଡେସନ ତରଫରୁ ଆୟୋଜନ ହୋଇଥିଲା ପ୍ରତିଯୋଗିତା ଓ ବକୃତା କାର୍ଯ୍ୟକ୍ରମ। ରାତ୍ରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜନ ହୋଇଥିଲା ମେଲୋଡି ଓ ରେକଡ଼ଡ୍ୟାନ୍ସ।ଦ୍ଵିତୀୟ ଦିବସରେ ଧମାକା ସୃଷ୍ଟି କରି ସଂସ୍କୃତିକ ମଞ୍ଚ ଦୋଲକାଇବେ ଡି ଏ ବି ଡ୍ୟାନ୍ସ ଗ୍ରୁପ ଭଦ୍ରକର କଳାକାର ମାନେ। ତୃତୀୟ ଦିବସରେ ମେଲାଣି ନେବେ ଭଗବାନ କୃଷ୍ଣ। ଏହି ତିନିଦିନ ଭକ୍ତିମୟ ହୋଇ ଉତ୍ସାବ ମୁଖର ହେବ ମଣତା ଗ୍ରାମ।ହେଲପିଙ୍ଗ ଫାଉଣ୍ଡେସନ ସଦସ୍ୟ ମାନେ ଚକିତ ନିଷ୍ପତି ମଧ୍ୟ ହାତକୁ ନେଇଛନ୍ତି। ଗ୍ରାମର ଯେକୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଲେ ଅର୍ଥ ଆକାରରେ ସାହାଯ୍ୟର ହାତ ବଢ଼ାଇଥାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ