କନ୍ଧମାଳ, ୧୭ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଆତ୍ମା, କନ୍ଧମାଳ ର ସହଯୋଗରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଅନୁଷ୍ଠାନ ଦ୍ୱାରା ପରିଚାଳନା କରାଯାଉଥିବା ଶ୍ରୀଅନ୍ନ ଅଭିଯାନ ଓ ସ୍ୱତନ୍ତ୍ର ମିଶ୍ରିତ କୃଷି କାର୍ଯ୍ୟକ୍ରମ କୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚିତରଞ୍ଜନ ଶତପଥି ଦ୍ୱାରା କ୍ଷେତ୍ର ପରିଦର୍ଶନ ଓ ସମିକ୍ଷା କରାଯାଇଥିଲା। କ୍ଷେତ୍ର ପରିଦର୍ଶନ ସମୟରେ ମାଣ୍ଡିଆ ଚାଷ କିପରି ଅଧିକ ଉତ୍ପାଦନ ଓ ଚାଷୀମାନଙ୍କୁ ଭଲ ରୋଜଗାର ହୋଇପାରିବ, ସେହିଦିଗରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ମାଣ୍ଡିଆ ଉତ୍ପାଦନ କରୁଥିବା ଅଗ୍ରଣୀ ଚାଷୀମାନଙ୍କୁ ଚାଷର ସରଳ ପ୍ରଣାଳି ଯଥା ଠିକ ସମୟରେ ଉଇଡର ବିଲରେ ଚଳାଇ କିପରି ଅଧିକରୁ ଅଧିକ ପିଲ ସୃଷ୍ଟି କରିବା କହିଥିଲେ। ଏହା ସହିତ ସ୍ୱତନ୍ତ୍ର ମିଶ୍ରିତ କୃଷି ଯୋଜନାରେ ସୁଗଡବାଡି ପଂଚାୟତ ରେ ଦେଶୀ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ବୁଲିଦେଖିଥିଲେ ଓ ଟ୍ରେଲିସ ଉପାୟରେ କିପରି ଚାଷିମାନେ ଲଟାଜାତୀୟ ପରିବା ଚାଷ ଜହ୍ନି, କଲରା, ବିନ୍ସ ଆଦି ଫସଲ ସହିତ ଅନ୍ତ ଚାଷ କରି ନିଜର ରୋଜଗାର ବଢାଇଛନ୍ତି, ତା ମାଧ୍ୟମରେ ନିଜର ପିଲାଙ୍କୁ ଉତମ ଶିକ୍ଷା ଓ ଘରରର ଆର୍ôଥକ ସ୍ୱଛଳ କରିଛନ୍ତି ହିତାଧିକାରୀ ଙ୍କ ପାଖରୁ ଶୁଣି ନିଜର ଖୁସିବ୍ୟକ୍ତ କରିଥିଲେ। ଏହାପରେ ସ୍ୱାତୀ, ପ୍ରଦାନ ଓ ଏନ୍.ସି.ଏନ୍.ଫ. ମିଳିତ ଉଦ୍ୟମରେ ଦେଶୀ ବା ପାରମ୍ପରିକ ଉପଚାର ମାଧ୍ୟମରେ ପସୁ ସମ୍ପଦ (ଛେଳି ଓ କୁକୁଡା) ଯତ୍ନ କର୍ମଶାଳା ରେ ଯୋଗଦେଇ, ଦେଶୀୟ ଚିକିତ୍ସା ର ଉପକାରିତା ବିଷୟରେ ଉପସ୍ଥିତ ଥିବା ଅଗ୍ରଣୀ ଛେଳି ଓ କୁକୁଡା ଚାଷୀମାନଙ୍କୁ ନିଜର ଅନୁଭୁତି କହିଥିଲେ। ପାରମ୍ପରିକ ପଶୁ ଚିକିତ୍ସା ବିଷୟରେ ମୁଖ୍ୟ ପ୍ରଶିକ୍ଷକ ପ୍ରଦାନ ଅନୁଷ୍ଠାନର ଅଜିତ କୁମାର ନାୟକ ଚାଷୀମାନଙ୍କୁ ପାରମ୍ପରିକ ଚିକିତ୍ସା ଉପଚାର ବିଷୟରେ କହିଥିଲେ। ଗୋଟେ ମାଇ ଛେଳି କିପରି ବର୍ଷକୁ ସବୁ ଖର୍ଚ୍ଚ ଯାଇ ୧୦୦୦୦ ଟଙ୍କା ରୋଜଗାର ଦେବ ସେହି ଦିଗରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସ୍ୱାତୀର ସଂପାଦକ ଇଂ ହରିଶଙ୍କର ରାଉତ ଚାଷୀ ମାନଙ୍କର ସମସ୍ୟା ଦିଗରେ କିପରି ନୂତନ କୈାଶଳ ଆପଣେଇ ଆଗମି ଦିନରେ ଛେଳି ବ୍ୟାଙ୍କ ଭଳି ଅଭିନବ ଉପାୟରେ ଅଧିକରୁ ଅଧିକ ଚାଷୀମାନଙ୍କୁ ଲାଭାନ୍ୱିତ କରିହେବ ସେଥିପ୍ରତି ଚେଷ୍ଟା କରିବେ ବୋଲି କହିଥିଲେ। ସ୍ୱାତୀ ଅନୁଷ୍ଠାନର କର୍ମୀ ବିଶ୍ୱରଞ୍ଜନ ଦଳବେହେରା, ଅନ୍ନପୁର୍ଣ୍ଣା ପ୍ରଧାନ, ମିନାକ୍ଷୀ ଦାସ, ଜୟରାମ ମଲ୍ଲିକ ଓ କୃଷି ଉତ୍ପାଦକ ଗୋଷ୍ଠି ର କାର୍ଯ୍ୟର୍ନିବାହି ଅଧିକାରୀ ହୃଶିକେଶ ଆମାୟତ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ