ସ୍ୱାଧୀନତା ଦିବସ ଅବସରରେ ୮ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଭାରେ ପୁରସ୍କୃତ
Students felicitated in several competitions
ଫୋଟ


କନ୍ଧମାଳ , ୧୭ ଅଗଷ୍ଟ (ହି.ସ.) ୭୯ତମ ସ୍ୱାଧୀନତା ଦିବସ ଅବସରରେ ସରକାରୀ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପାୟଲ ପଟନାୟକଙ୍କ ଦ୍ୱାରା ଜାତୀୟ ପତକା ଉତୋଳନ କରିବା ସହିତ ବିଦ୍ୟାଳୟର ଏସିସି , ଏସ୍.ପି.ସି , ସ୍କାଉଟ୍ ଏବଂ ଗାଇଡ଼୍ , ଜେଆରସି ମାନଙ୍କ ପକ୍ଷରୁ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । କାନାଡ଼ା ବ୍ୟାଙ୍କ ପକ୍ଷରୁ ଦିବ୍ୟଜ୍ୟୋତି ପୁରସ୍କାରରେ ବିଦ୍ୟାଳୟର ତିନିଜଣ ଛାତ୍ରୀ ଆଦ୍ୟାସା ନାୟକ,ପୁଷ୍ପଲତା ବେହେରା ଏବଂ ଲିପ୍ସା ପ୍ରିୟଦର୍ଶନ ଦାସ ଏବଂ ଅର୍ଜୁନ ଚୌଧୁରୀ ଟ୍ରଷ୍ଟ ଆୱାଡ଼ ଭାବେ ପ୍ରିୟୋତୋଷ ପ୍ରଧାନ ଏବଂ ଶିଶିର କାନ୍ତ ମଲିକ ଏବଂ ଶୀତଳ ପ୍ରସାଦ ଦାସ ମେମୋରିଆଲ୍ ଆୱାଡ଼ରେ ଶୁଭବ୍ରତ ସାହୁ ଏବଂ ଅନିରୁଦ୍ଧ ମହାନ୍ତି ମେଧାବୃଦ୍ଧି ଭାବେ ଛାତ୍ରୀ ପ୍ରତୁ୍ୟଷା ବେହେରା ଏବଂ ପଣ୍ଡିତ ଆନନ୍ଦଚନ୍ଦ୍ର ତ୍ରିପାଠୀ ଆୱାଡ଼ରେ ଶୁଭମବ୍ରତ ସାହୁଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବିଶେେ କରି ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିତିବା କୃତୀ ,ନବମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ମାର୍କ ରଖୁଥିବା ଭଳି ବିଭିନ୍ନ ବିଭାଗରେ ଏହି ଆୱାର୍ଡ଼ ପ୍ରତିବର୍ଷ ଦିଆଯାଇଥାଏ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande