Bhubaneswar, 17 ଅଗଷ୍ଟ (ହି.ସ.)
ତାଲା ବନ୍ଦ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରୀ
ବାରିପଦା: ହିସ, ୧୭/୦୮:- ବାରିପଦାରେ ଚୋରି ଓ ଛିନତାଇ ଗ୍ୟାଙ୍ଗ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି। ପୁଣି ତାଳାବନ୍ଦ ଘରୁ ଚୋରି କରିଛନ୍ତି। ଏନେଇ ବାଘରାରୋଡ ଅଞ୍ଚଳର ଭୀମସେନ ମହାକୁଡ଼ ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି। ତାଲାବନ୍ଦ ଘରେ ଦୁର୍ବୁତ୍ତ ମାନେ ପଶି କଳା କନା ବୁଲାଇଥିଲେ। ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ୧୦,୦୦୦ ଟଙ୍କା ଚୋରି କରିଛନ୍ତି। ଏ ବାବଦରେ ସେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ବାରିପଦା ସହର ଓ ଆଖପାଖ ଅଞ୍ଚଳରେ ତାଲା ବନ୍ଦ ଘରୁ ଚୋରି ହୋଇଥିବା ବେଳେ ପୁଲିସ ଚୋରଙ୍କୁ ଧରିବାରେ ବିଫଳ ରହିଛି। ଯାହାକୁ ନେଇ ପୁଲିସ ଉପରୁ ସାଧାରଣ ଜନତାଙ୍କ ଭରସା ଉଠିବାରେ ଲାଗିଛି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ