ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫଡେରେସନ କୋରାପୁଟ ଜିଲ୍ଲା ଶିକ୍ଷକ ସଂଘର କାର୍ଯ୍ୟ କାରିଣୀ ବୈଠକ
ଜୟପୁର , 17 ଅଗଷ୍ଟ (ହି.ସ.) ଜୟପୁର ସଙ୍ଗମ କଲ୍ୟାଣ ମଣ୍ଡପ, ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜୟପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏହି ବୈଠକରେ କୋରାପୁଟ ଜିଲ୍ଲା ପ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫଡେରେସନ କୋରାପୁଟ ଜିଲ୍ଲା ଶିକ୍ଷକ ସଂଘର କାର୍ଯ୍ୟ କାରିଣୀ ବୈଠକ


ଜୟପୁର , 17 ଅଗଷ୍ଟ (ହି.ସ.)

ଜୟପୁର ସଙ୍ଗମ କଲ୍ୟାଣ ମଣ୍ଡପ, ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜୟପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏହି ବୈଠକରେ କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିନାଥ ହରିଜନ ସଭାପତିତ୍ବ କରିଥିଲେ l ସଂଘ ଆଇନ ପରାମର୍ଶ ଦାତା ରମାକାନ୍ତ ରାଉଳ ମୁଖ୍ୟ ଅତିଥି, ଉପଦେଷ୍ଟା ଗୋକୁଳି ପ୍ରଧାନ, ପି. ହରିଶ ରାଓ,ସଂଗଠନ ସମ୍ପାଦକ ଚିତ୍ତରଞ୍ଜନ ରଥ ସମ୍ମାନୀତ ଅତିଥି ଭାବେ ଆସନ ଅଳଙ୍କୃତ କରିବା ସହ ଜିଲ୍ଲା ସଙ୍ଘର ସମସ୍ତ କର୍ମକର୍ତ୍ତା ମଞ୍ଚାସୀନ ଥିଲେ I ପ୍ରାରମ୍ଭରେ ଜୟପୁର ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ କୁମାର ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ସଭାପତି ଦେବୀ ପ୍ରସାଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବୈଠକରେ ସରକାରଙ୍କୁ ପୂର୍ବରୁ ଦିଆ ଯାଇଥିବା ଦଶଦଫା ଦାବୀ ଯଥା- ଶିକ୍ଷକ ପଦୋନ୍ନତି, ବିନା OTET ରେ ପଦୋନ୍ନତି,ମୌଳିକ ସୁବିଧା ସହ UAS ଲାଗୁ କରିବା,BEO ଓ ABEO ପଦବୀ ପୂରଣ ଆଦି ବିଷୟରେ ସବିଶେଷ ଆଲୋଚନା କରାଯିବା ସହ ଜିଲ୍ଲା ଓ ବ୍ଲକ ସଂଘ ପୁନର୍ଗଠନର ନିଷ୍ପତ୍ତି ନିଆଯାଇଥିଲା l ଶେଷରେ ଜିଲ୍ଲା ସଂଘର ଆଞ୍ଚଳିକ ସଂଯୋଜକ ନୟନ ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ବୈଠକରେ କୋରାପୁଟ ଜିଲ୍ଲା ସମସ୍ତ ବ୍ଲକର ଷୋହଳ ଟି ଶାଖା ସଂଘର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ l ଜୟପୁର ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ପୂରନ୍ଧର ନାୟକ,ମମତା ମହାପାତ୍ର, ଜ୍ୟୋତିରାଣୀ ପଣ୍ଡା, ସାଗର ତ୍ରିପାଠୀ,ମନୋରଞ୍ଜନ ପଲାଇ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande