କାଲିମେଳା ବ୍ଲକରେ ୟୁରିୟା ସାରର ଘୋର ଅଭାବ, ଚାଷୀଙ୍କୁ ଲୁଟୁଛନ୍ତି ସାର ବେପାରୀ
ମାଲକାନଗିରି, ୧୭ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ରେ ପ୍ରାୟ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ!,ଏବେ ଏକ ମାସରୁ ଉର୍ଦ୍ଧ ହେବ ଚାଷ କାମ ସରିଥିବା ବେଳେ ଜମିରେ ଖାଲି ସାର ପକାଇବା ବାକି ରହିଛି! ଏହାର ଫାଇଦା ନେଇ ଚାଷୀଙ୍କୁ ଖାଲି ଲୁଟି ଚାଲିଛନ୍ତି ସାର ବେପାରୀ । ସରକାରୀ
ର ଘୋର ଅଭାବ, ଚାଷୀଙ୍କୁ ଲୁଟୁଛନ୍ତି ସାର ବେପାରୀ


ମାଲକାନଗିରି, ୧୭ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ରେ ପ୍ରାୟ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ!,ଏବେ ଏକ ମାସରୁ ଉର୍ଦ୍ଧ ହେବ ଚାଷ କାମ ସରିଥିବା ବେଳେ ଜମିରେ ଖାଲି ସାର ପକାଇବା ବାକି ରହିଛି! ଏହାର ଫାଇଦା ନେଇ ଚାଷୀଙ୍କୁ ଖାଲି ଲୁଟି ଚାଲିଛନ୍ତି ସାର ବେପାରୀ । ସରକାରୀ ଦାମରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ । ସୂଚନା ମୁତାବକ ୨୮୦ ଟଙ୍କାରୟୁରିୟା ସାର ପ୍ୟାକେଟ ୫୫୦ ରୁ ୮୦୦ ଟଙ୍କାରେ ବିକୁଛନ୍ତି ସାର ବେପାରୀ । ଏଥିରେ ଚାଷୀ ହଇରାଣ ହେଉଥିବା ବେଳେ ମାଲେମାଲ୍ ହେଉଛନ୍ତି ସାର ବେପାରୀ । ଏମିତି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ଅନ୍ତର୍ଗତ ଏମ ଭି ୯ ୮ ଗ୍ରାମରେ । ଗ୍ରାମର କାର୍ତ୍ତିକ,,,,, ନାମକ ସାର ବେପାରୀ ଆନ୍ଧ୍ର ପ୍ରଦେଶରୁ ଶସ୍ତା ରେ ୟୁରିୟା ସାର ଆଣି ଚାଷୀଙ୍କୁ ଚଢ଼ା ଦରରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଏହି ସାର ବେପାରୀ ବିନା ଲାଇସେନ୍ସରେ ଆନ୍ଧ୍ର ରୁ ଟ୍ରକ ଟ୍ରକ ସାର ଆଣି ଖୁଲମଖୁଲା ଭାବେ ସାର କଳାବଜାରୀ ଚଳେଇଥିବା ବେଳେ ଚଢ଼ା ଦରରେ ସାର ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି କିଛି ଚାଷୀ । କାଲିମେଳା ବ୍ଲକ ରେ ପୋଟେରୁ ଓ କାଲିମେଳା ଠାରେ ୨ ଟି ଲ୍ୟାମ ଥିବା ସତ୍ତ୍ବେ ଚାଷ ଆରମ୍ଭରୁ ସାର ଅଭାବ ଯୋଗୁ ଚାଷୀ ଚିନ୍ତାରେ । କାଲିମେଳା ବ୍ଲକ ରେ ଦେଖାଦେଇଛି ସାର ର ଅଭାବ, ବିଲରେ ତଳି ଲଗା କାମ ସରି ଥିବା ବେଳେ ସାର ମିଳୁନଥିବା ଅଭିଯୋଗ କରୁଛନ୍ତି ଚାଷୀ । କଳା ବଜାରରେ ୟୁରିଆ ସାର ର ଦାମ ଆକାଶ ଛୁଆଁ ବୋଲି ଚାଷୀ କିଣିବାକୁ ସକ୍ଷମ ନାହାନ୍ତି । ସରକାର ଚାଷୀଙ୍କୁ ତୁରନ୍ତ ସାର ଉପଲବ୍ଧ କରିବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଧାନ ଫସଲ ରେ ଡ଼ିଏପି ଏବଂ ୟୁରିଆ ସାର ର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ସାର ବେପାରୀ ଏହାର ଫାଇଦା ଉଠାଇ ଚଢ଼ା ଦରରେ ବିକ୍ରୀ କରି କଳାବଜାରୀ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଅନେକ ଅଞ୍ଚଳରେ ଧାନ ରୋଇବା କାମ ଆରମ୍ଭ ହୋଇସାରିଲାଣି ତେବେ ସଠିକ୍ ସମୟରେ ସାର ନ ମିଳିବାରୁ ଚାଷୀକୁଳ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande