ସ୍ୱାଧୀନତା ଦିବସରେ ପ୍ରମିଳା ପ୍ରଧାନଙ୍କୁ ସମ୍ବର୍ଦ୍ଧନା
ଘଟଗାଁ,୧୭ ଅଗଷ୍ଟ (ହି.ସ.) ଘଟଗାଁ ମିନି ଷ୍ଟାଡିୟମ ଠାରେ ଜାତୀୟ ଦିବସ ପାଳନ କମିଟି ଘଟଗାଁ ସୌଜନ୍ୟରୁ ପାଳିତ ହେଉଥିବା ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାମାଜିକ କର୍ମୀ ପ୍ରମିଳା ପ୍ରଧାନଙ୍କୁ ଉତ୍ତରୀୟ,ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏଠାରେ ସୂଚନା ଥାଉକି
ସ୍ୱାଧୀନତା ଦିବସରେ ପ୍ରମିଳା ପ୍ରଧାନଙ୍କୁ ସମ୍ବର୍ଦ୍ଧନା


ଘଟଗାଁ,୧୭ ଅଗଷ୍ଟ (ହି.ସ.)

ଘଟଗାଁ ମିନି ଷ୍ଟାଡିୟମ ଠାରେ ଜାତୀୟ ଦିବସ ପାଳନ କମିଟି ଘଟଗାଁ ସୌଜନ୍ୟରୁ ପାଳିତ ହେଉଥିବା ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାମାଜିକ କର୍ମୀ ପ୍ରମିଳା ପ୍ରଧାନଙ୍କୁ ଉତ୍ତରୀୟ,ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏଠାରେ ସୂଚନା ଥାଉକି ଘଟଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ବଡ଼ଜାମୁପସି ଗ୍ରାମପଞ୍ଚାୟତର ମୂର୍ଗାପାହାଡ଼ି ଗ୍ରାମ ବାସିନ୍ଦା ଶ୍ରୀମତୀ ପ୍ରଧାନ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ସଚେତନତା ସୃଷ୍ଟି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମନ କୀ ବାତ କାର୍ଯ୍ୟକ୍ରମରେ ଭୁୟସୀ ପ୍ରଶଂସା କରିବା ସହ ସେ ଅନ୍ୟମାନଙ୍କ ପାଇଁ ବଳିଷ୍ଠ ଉଦାହରଣ ବୋଲି ପ୍ରକାଶ କରିଥିଲେ। ତହସିଲଦାର ଚାରୁଲତା ସିଂ, ବିଡ଼ିଓ ଖଗେଶ୍ୱର ବରାଳ, କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର ଓ ଆଇଆଇସି ପ୍ରଶାନ୍ତ ସାମଲ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande