ଗଞ୍ଜାମ, ୧୭ ଅଗଷ୍ଟ(ହି.ସ.) – ଦେଶର ୭୯ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଉତ୍କଳ ସମ୍ମିଳନୀ ତରଫରୁ ସଭାପତି ଡକ୍ଟର ସୁବ୍ରତ କୁମାରଙ୍କ ତତ୍ୱାବଧାନରେ ଏବଂ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବଙ୍କ ପରିଚାଳନାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର କର୍ଣ୍ଣଧାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ବିଶିଷ୍ଟ ସାମ୍ବାଦିକ ଶଶି ଭୂଷଣ ରଥ, ଜାତିର ଜନକ ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବିଶ୍ୱନାଥ ଦାଶ, ରାଜା ସାହେବ ହରିହର ମର୍ଦ୍ଦରାଜ, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି ଉତ୍କଳ ଜନନୀଙ୍କ ବରେଣ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତୀ ରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ଆଶ୍ରମ ଠାରେ ଜାତୀୟ ପତାକା ଉତୋଳନ କରାଯାଇଥିଲା। ସଭାପତି ଡ. ସାହୁ ଉଦବୋଧନ ଦେଇ ଆମ ଏକତା ଅଖଣ୍ଡତା ଏବଂ ଦେଶାତ୍ମବୋଧ ପ୍ରତି ସମର୍ପିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମ୍ମିଳନୀ କର୍ମକର୍ତା ଡାକ୍ତର ସମରେନ୍ଦ୍ର କୁମାର ସାହୁ, ନବୀନ କୁମାର ପଟ୍ଟନାୟକ, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଢୀ, ଉତ୍କଳ ଆଶ୍ରମ ସଦସ୍ୟ କୃଷ୍ଣ ଚରଣ ସିଂହଙ୍କ ସମେତ ବହୁ ସମ୍ମିଳନୀ ର ସଦସ୍ୟ ସଦସ୍ୟା ଏବଂ ଅର୍ଜୁନ ହସ କ୍ଳବ୍ ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ସ୍ଥାନୀୟ ଉତ୍କଳ ଆଶ୍ରମ ମାର୍ଗ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାନ କରିବା ସହ ବତ୍କୃତା ପ୍ରଦାନ କରିଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପାଦକ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ