ବଳଙ୍ଗା ଘଟଣାରେ ତୁରନ୍ତ ଦୋଷୀକୁ ଧରିବାକୁ କଂଗ୍ରେସର ଦାବି
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) -ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରଲ ହେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେଉଁ ଭିଡିଓ ଭାଇରଲ ହେଉଛି ସେଥିରେ ପୀଡିତା ସବୁ ସ୍ପଷ୍ଟ କରିଛନ୍ତି । ଦୁଇ ଜଣ ଅଭିଯୁକ୍ତ ହୁଅନ୍ତୁ କି 3 ଜଣ ସେ ପୀ
ବଳଙ୍ଗା ଘଟଣାରେ ତୁରନ୍ତ     ଦୋଷୀକୁ ଧରିବାକୁ କଂଗ୍ରେସର ଦାବି


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)

-ବଳଙ୍ଗା

ପୀଡ଼ିତାଙ୍କ ଭିଡିଓ ଭାଇରଲ ହେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା

ରଖି କହିଛନ୍ତି ଯେଉଁ ଭିଡିଓ ଭାଇରଲ ହେଉଛି ସେଥିରେ ପୀଡିତା ସବୁ ସ୍ପଷ୍ଟ କରିଛନ୍ତି । ଦୁଇ ଜଣ

ଅଭିଯୁକ୍ତ ହୁଅନ୍ତୁ କି 3 ଜଣ ସେ ପୀଡିତା ବି ସ୍ପଷ୍ଟ କରିଛନ୍ତି । ଯେଉଁ ଭିଡିଓ ଭାଇରଲ ହେଉଛି

ସେଥିରେ ସେ ଝିଅ ମାନସିକ ସ୍ଥିତି ଖରାପ ଥିବା ଭଳି ଦେଖାଯାଉନାହିଁ । କିନ୍ତୁ ଆମେ

ବୁଝିପାରୁନାହିଁ ପୋଲିସ କାହିଁକି ମିଛ କହୁଛି । ଯେଉଁ ଅଭିଯୁକ୍ତ ଅଛନ୍ତି ସେମାନେ କଣ ଉପମୁଖ୍ୟମନ୍ତ୍ରୀଙ୍କ

ଲୋକ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।କାହିଁକି ଅପରାଧୀମାନଙ୍କୁ ବଂଚେଇବାକୁ ଚେଷ୍ଟା

କରୁଛନ୍ତି ସରକାର । ଓଡିଶାବାସୀ ବିଜେପି ସରକାରଙ୍କୁ କେବେ କ୍ଷମା ଦେବେନାହିଁ । ତୁରନ୍ତ

ଦୋଷୀକୁ ଧରିବାକୁ ଦାବୀ କରିଛି କଂଗ୍ରେସ । ବିଜେଡି ସିବିଆଇତଦନ୍ତ ଦାବୀ କଲେ କଣ ହେବ ସିବିଆଇ,

ଇଡିସବୁ ତ ତାଙ୍କର ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande