ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ବୋର୍ଡ ନିଗମ
ଏବଂ ଟିମ ପାଇଁ ଚାଲିଛି ଏକ୍ସରସାଇଜ, କିଛି ସମୟ ଲାଗିବ କିନ୍ତୁ ଘୋଷଣା ହେବ । ସରକାରୀ ଓକିଲଙ୍କ ଠାରୁ
ଆରମ୍ଭ କରି ଦୁଇ କମିଶନ ନେଇ ମଧ୍ୟ ଘୋଷଣା ହୋଇଛି । ବୋର୍ଡ ନିଗମ ପାଇଁ ପୁଣି ଓଡିଶା ଆସିବେ
ତରୁଣ ଚୁଗ । ରାଷ୍ଟ୍ରୀୟ ମହା ମନ୍ତ୍ରୀ ତରୁଣ ଚୁଗ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର
କୋର କମିଟି ସହିତ ଆଲୋଚନା କରିବେ । କୋର କମିଟି ଆଲୋଚନା ପରେ ନାମ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି
ରାଜ୍ୟ ବିଜେପି ପ୍ରଭାରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା