ଜାରକା ରୋଟାରି ଓ ଇନରହୁଇଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର
ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ସ୍ୱାଧୀନତା ଦିବସ ଅବସରରେ ଜାରକା ରୋଟାରି ଓ ଇନରହୁଇଲ କ୍ଲବ୍ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଜାରକା ବସ୍‌ଷ୍ଟାଣ୍ଡ୍ ନିକଟ ଓଭରବ୍ରିଜ୍ ତଳେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ମିନତି ସାହୁ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବେ ଧର୍ମଶା
ଜାରକା ରୋଟାରି ଓ ଇନରହୁଇଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର


ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ସ୍ୱାଧୀନତା ଦିବସ ଅବସରରେ ଜାରକା ରୋଟାରି ଓ ଇନରହୁଇଲ କ୍ଲବ୍ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଜାରକା ବସ୍‌ଷ୍ଟାଣ୍ଡ୍ ନିକଟ ଓଭରବ୍ରିଜ୍ ତଳେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ମିନତି ସାହୁ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଆଇନଜୀବୀ ରାମଚନ୍ଦ୍ର ରାୟ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜାରକା ରୋଟାରି କ୍ଲବ୍‌ର ପ୍ରତିଷ୍ଠାତା ସଭାପତି ରୋଟାରିଆନ୍ ପ୍ରଦୀପ୍ତ କୁମାର ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରୁ ମୋଟ୍ ୮୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରୋଟାରି କ୍ଲବ୍ ସଭାପତି ଇଂ. ସୁକାନ୍ତ କୁମାର ସ୍ୱାଇଁ, ସଂପାଦକ ଦୀପକ କୁମାର ଜେନା, ପୂର୍ବତନ ସଭାପତି ରାଜେନ୍ଦ୍ର କୁମାର ପଲେଇ, କ୍ୟାପଟେନ୍ ତ୍ରିଲୋଚନ ବିଶ୍ୱାଳ, ଜୟନ୍ତ କୁମାର ସାହୁ, ବିନୋଦ ବିହାରୀ ପରିଡ଼ା, ଅଜାମ୍ବର ସାହୁ, ନିରଞ୍ଜନ ପାଣିଗ୍ରାହୀ, ପ୍ରମୋଦ ସାମଲ, ବିପିନ୍ କିଶୋର ଷଡ଼ଙ୍ଗୀ, ଜୟପ୍ରକାଶ ତ୍ରିପାଠୀ, ଜୟଗୁରୁ ପାତ୍ର, ହରିହର ପଣ୍ଡା, ଅମୂଲ୍ୟ ମହାରଣା, ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ଚକ୍ରଧର ଲେଙ୍କା, ଅକ୍ଷୟ ମିଶ୍ର, ସତ୍ୟାନନ୍ଦ ବରାଳ, ଯୁଧିଷ୍ଠିର ରାଉତ, ଜାରକା ଇନରହୁଇଲ୍ କ୍ଲବ୍ ସଭାନେତ୍ରୀ ଲୋପାମୁଦ୍ରା ଷେଣ୍ଢ, ସଂପାଦିକା ପ୍ରଭାତନଳିନୀ ସାହୁ,ମାଧୁରୀ ଶତପଥୀ, କଳ୍ପନା ପରିଡ଼ା, କାଦମ୍ବିନୀ ମିଶ୍ର, ସରୋଜିନୀ ପଣ୍ଡା, ଅର୍ଚ୍ଚନା ସ୍ୱାଇଁ, ଡ. ଇନ୍ଦୁପ୍ରଭା ସାମଲ, କଳ୍ପନା ଖୁଂଟିଆ, ରୋଜାଲିନ୍ ବରାଳ, ସାମ୍ବାଦିକ ବିକ୍ରମ କେଶରୀ ମହାନ୍ତି, ସନ୍ତୋଷ କୁମାର ଓଝା, ପ୍ରଶାନ୍ତ କୁମାର ପୃଷ୍ଟି, ଉନିତ୍ କୁମାର ଜେନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ । କଟକ କେନ୍ଦ୍ରୀୟ ରେଡ୍‌କ୍ରସ୍ ବ୍ଲଡ଼ବ୍ୟାଙ୍କ୍ ପକ୍ଷରୁ ଭ୍ରାମ୍ୟମାଣ ରକ୍ତସଂଗ୍ରହକାରୀ ବସ୍‌ରେ ରକ୍ତ ସଂଗ୍ରହ ହୋଇଥିଲା । ଡ. ସୌମ୍ୟରଞ୍ଜନ ରାଉତ, ସଂଯୋଜକ ଅବିନାଶ ଦାଶ, ଏଲ୍‌ଟି ସୌମ୍ୟଞ୍ଜନ ସାହୁ, ଗୋବିନ୍ଦ ଚନ୍ଦ୍ର ମହନ୍ତ, ବିଶ୍ୱଜିତ୍ ରାଉତ, ଏଲ୍‌ଏ ସତ୍ୟରଞ୍ଜନ ସାହୁ, ବିଜୟ କୁମାର ସ୍ୱାଇଁ, କୀର୍ତନ ତନ୍ତି ଓ ସୁଜିତ୍ ସାହୁ ରକ୍ତ ସଂଗ୍ରହ କରିଥିଲେ । ବହୁ ସଂଖ୍ୟାରେ ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ କ୍ଲବ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande