ପରାଜିତ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ଭବନରେ ମାନସ ମନ୍ଥନ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ପରାଜିତ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ଭବନରେ ମାନସ ମନ୍ଥନ । ନିଜ ନିର୍ବାଚନ ମଣ୍ଡଳୀରେ କି କାମ କରୁଛନ୍ତି ପ୍ରତି ମାସରେ ପିସିସି ସଭାପତିଙ୍କୁ ପ୍ରାର୍ଥୀ ପଠାଇବେ ରିପୋର୍ଟ । ପ୍ରତି ମାସରେ ପରାଜିତ ପ୍ରାର୍ଥୀଙ୍କୁ ଅତି କମରେ 20 ଦିନ ବ
ପରାଜିତ ପ୍ରାର୍ଥୀଙ୍କୁ ନେଇ     କଂଗ୍ରେସ ଭବନରେ ମାନସ ମନ୍ଥନ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ପରାଜିତ ପ୍ରାର୍ଥୀଙ୍କୁ

ନେଇ କଂଗ୍ରେସ ଭବନରେ ମାନସ ମନ୍ଥନ । ନିଜ ନିର୍ବାଚନ ମଣ୍ଡଳୀରେ କି କାମ କରୁଛନ୍ତି ପ୍ରତି ମାସରେ

ପିସିସି ସଭାପତିଙ୍କୁ ପ୍ରାର୍ଥୀ ପଠାଇବେ ରିପୋର୍ଟ । ପ୍ରତି ମାସରେ ପରାଜିତ ପ୍ରାର୍ଥୀଙ୍କୁ ଅତି

କମରେ 20 ଦିନ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପଡିବ । ବିଶେଷକରି ଏଆଇସିସିଉଠାଇଥିବା ବଡ଼ ପ୍ରସଙ୍ଗ

ଯେପରି ସମ୍ବିଧାନ ବଞ୍ଚାଓ, ଭୋଟ ଚୋରୀ ପ୍ରସଙ୍ଗକୁ ନେଇ ଗାଁକୁ ଯିବେ । ନିର୍ବାଚନ ମଣ୍ଡଳୀର ସମସ୍ୟାକୁ ନେଇ ଗାଁ ଓ

ବ୍ଲକ ସ୍ତରରେ ଲଢେଇ କରିବେ । ଗାଁ ଓ ବ୍ଲକ ସ୍ତରରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ

ନିର୍ଦେଶ ଦିଆଯାଇଛି ।

6 ମାସ ପରେ ନିଜ ନିର୍ବାଚନ

ମଣ୍ଡଳୀ କରଥିବା କାର୍ଯ୍ୟକୁ ନେଇ ସମୀକ୍ଷା କରାଯିବ । 10 ପ୍ରତିଶତ କିମ୍ବା ତା ଠାରୁ ଅଧିକ

ପ୍ରତିଶତ ଭୋଟ ପାଇ ପରାଜିତ ହୋଇଥିବା 67 ପ୍ରାର୍ଥୀଙ୍କୁ ନେଇ ଆଜି କଂଗ୍ରେସ ଭବନରେ ବଡ଼ ବୈଠକ

ବସିଥିଲା । ତେବେ 10 ପ୍ରତିଶତରୁ କମ ଭୋଟ ପାଇ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ନେଇ ଆଉ ଏକ

ବୈଠକ ଖୁବ ଶୀଘ୍ର ବସିବାକୁ ଥିବା ବେଳେ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହୁଥିବା ନେତାଙ୍କୁ ଆଉ

ଟିକେଟ ନ ମିଳିପାରେ ବୋଲି ଆଭାସ ଦେଇଛନ୍ତି ପିସିସି ସଭାପତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande