ନିଖିଳ ଉତ୍କଳ ବୈଶ୍ୟ ସମାଜ ପକ୍ଷରୁ ଅସହାୟ ପରିବାରଙ୍କୁ ଆର୍ଥୀକ ସହାୟତା ପ୍ରଦାନ
ଧର୍ମଶାଳା,୧୭ଅଗଷ୍ଟ(ହି.ସ.) - ନିଖିଳ ଉତ୍କଳ ବୈଶ୍ୟ ସମାଜ ଯାଜପୁର ଜିଲା ଶାଖା ପକ୍ଷରୁ ଅସହାୟ ପରିବାରଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଜିଲା ଶାଖା ସଭାପତି ତଥା ବରିଷ୍ଟ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକଙ୍କ ତତ୍ୱବଧାନରେ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ଅଲାଡି ଗ୍ରାମରେ ଏକ ଆର୍ଥୀକ ସହା
ନିଖିଳ ଉତ୍କଳ ବୈଶ୍ୟ ସମାଜ ପକ୍ଷରୁ ଅସହାୟ ପରିବାରଙ୍କୁ ଆର୍ଥୀକ ସହାୟତା ପ୍ରଦାନ


ଧର୍ମଶାଳା,୧୭ଅଗଷ୍ଟ(ହି.ସ.) - ନିଖିଳ ଉତ୍କଳ ବୈଶ୍ୟ ସମାଜ ଯାଜପୁର ଜିଲା ଶାଖା ପକ୍ଷରୁ ଅସହାୟ ପରିବାରଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଜିଲା ଶାଖା ସଭାପତି ତଥା ବରିଷ୍ଟ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକଙ୍କ ତତ୍ୱବଧାନରେ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ଅଲାଡି ଗ୍ରାମରେ ଏକ ଆର୍ଥୀକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧଡିହ ପଂଚାୟତସ୍ଥ ଅଲାଡି ଗ୍ରାମର ବିଚିତ୍ର ସାହୁ ଦୀର୍ଘ ଦିନ ଧରି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତେଣୁ ତାଙ୍କ ପରିବାରକୁ ସହାୟତାର ହାତ ବଢାଇ ଆଜି ତାଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଶାଖାର ସହ ସମ୍ପାଦକ ଅଜିତ କୁମାର ପୃଷ୍ଟି,ପ୍ରଶାନ୍ତ ନାୟକ,ସଂଗଠନିକ ସମ୍ପାଦକ ଜଗନ୍ନାଥ ସାହୁ,ସମ୍ପାଦକ ସୌଭାଗ୍ୟ କୁମାର ସାହୁ,ସହଯୋଗୀ ସଂଗଠନ ସମ୍ପାଦକ ରଘୁନାଥ ନାୟକ ଓ କୋଷାଧ୍ୟକ୍ଷ ଅରଜିତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସନ୍ତୋଷ କୁମାର ସାହୁ,ଅଜୟ ଦାସ,ବାଇଧର ସାହୁ,ବୁଲେଇ ସାହୁ,ଭାସ୍କର ସାହୁ,ଗୁରୁ ଚରଣ ସାହୁ,ନିର୍ମଳ ସାହୁ,ଗୋପିନାଥ ଦାସ,କପିଳେଶ୍ୱର ସାହୁ,ଅମର ସାହୁ,ଅଜିତ ନାୟକ,ଅନୂପ ନାୟକ ଓ ଅଲେଖ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ବୈଶ୍ୟ ସମାଜର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶାଖା ସଭାପତି ଶ୍ରୀ ନାୟକ ସୂଚନା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande