ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ଆଦିମ ଜନଜାତିର ଝିଅ ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଳକ୍, ନାକାମାମୁଡି ଗ୍ରାମ ପଞ୍ଚାୟତ, ଆମ୍ଲିବେଡ଼ା ଗାଁ ର ଆଦିମ ଜନଜାତିର ଝିଅ ଚମ୍ପା ରାସପେଦାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟ ଓ
ନିଟ୍ ପରୀକ୍ଷାରେ     କୃତକାର୍ଯ୍ୟ ହୋଇଥିବା  ଆଦିମ ଜନଜାତିର ଝିଅ     ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ନିଟ୍

ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଳକ୍, ନାକାମାମୁଡି ଗ୍ରାମ

ପଞ୍ଚାୟତ, ଆମ୍ଲିବେଡ଼ା ଗାଁ ର

ଆଦିମ ଜନଜାତିର ଝିଅ ଚମ୍ପା ରାସପେଦାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟ ଓ

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ ଚିତ୍ରକୋଣ୍ଡାର ଏସଏସଡିବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ପାସ୍ଆଉଟ୍ ଛାତ୍ରୀ

ହୋଇଥିବାବେଳେ ଗୋବିନ୍ଦପାଲିର ସରକାରୀ ଏସଏସଡିଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ଦୁଇ ପାସ୍ଆଉଟ୍ ଛାତ୍ରୀ ଥିଲେ।

ମନ୍ତ୍ରୀ କହିଛନ୍ତି ଯେ, ଦିଦାୟୀ

ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି। ଯାହା ଏହି ଆଦିମ ସମ୍ପ୍ରଦାୟ

ପାଇଁ ଏକ ଗର୍ବର ବିଷୟ। ସେ ନିଜର ଦୃଢ ଇଚ୍ଛାଶକ୍ତି, ଦକ୍ଷତା ଓ କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରି ଅନେକଙ୍କ ପାଇଁ ଏକ ପ୍ରେରଣା

ସାଜିଛନ୍ତି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande