ଓଡିଶା ଷ୍ଟେଟ ବିଗ୍ରେଡ଼ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳନ
ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିଂହାରସାହିସ୍ଥିତ ଓଡିଶା ଷ୍ଟେଟ ବିଗ୍ରେଡ଼ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ପତକା ଉତୋଳନ ଉତ୍ସବରେ ବିଦ୍ୟାଳୟର ସଭାପତି ତଥା ପୁର୍ବନ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉ ପଟ୍ଟନାୟକ ଅତିଥ
ଓଡିଶା ଷ୍ଟେଟ ବିଗ୍ରେଡ଼ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳନ


ଧର୍ମଶାଳା,୧୭ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିଂହାରସାହିସ୍ଥିତ ଓଡିଶା ଷ୍ଟେଟ ବିଗ୍ରେଡ଼ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ପତକା ଉତୋଳନ ଉତ୍ସବରେ ବିଦ୍ୟାଳୟର ସଭାପତି ତଥା ପୁର୍ବନ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସକାଳ ସାଡେ ସାତଟାରେ ତ୍ରିରଙ୍ଗା ପତକା ଉତୋଳନ କରି ଉଦବୋଧନ ଦେଇ ଥିଲେ । ଏହିକାର୍ଯ୍ୟକ୍ରମରେ ଅତିଥି ଭାବେ ଡାକ୍ତର ପୁରୁଷୋତମ ବିଶ୍ୱାଳ ଓ ପ୍ରଧାନ ଶିକ୍ଷକ ରତ୍ନାକର ନାୟକ ସ୍ୱାଧିନତା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱହାସଲ କରିଥିବା ପିଲା ମାନଂକୁ ମୁଖ୍ୟ ଅତିଥି ପୁରସ୍କୃତ କରି ଥିଲେ । ସମ୍ପାଦକ ଗୋପୀନାଥ ଦଳାଇ ସଭା ମଂଚ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀପୁର୍ଣିମା ଦଳାଇ,ମମତା ବେହେରା,ଶୁଭଶ୍ରୀ ରାଉତ,ଅର୍ପିତା ଦଳାଇ,ଦୀପାଳି ଦାସ,ସୁଭଦ୍ରା ପଣ୍ଡା,ବିଜୟୀ ଲକ୍ଷ୍ମୀ ପାଢ଼ୀ,ନାଫିସା ଫିର୍ଦୋଷ,ବିଦ୍ୟାଳୟ ର କର୍ମ ଚାରି ସହିତ ପରିଚାଳନା କମିଟିର ସଦସ୍ୟ ଆନନ୍ଦ ଦଳାଇ,ସୋମନାଥ ସାହୁ ପ୍ରମୁକ ସହଯୋଗ କରିଥିଲେ । ଶେଷରେ କାଦମ୍ବରୀ ବେହେରା ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande