ଧର୍ମଶାଳା,୧୭ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ କୋତପୁରସ୍ଥ ଜାଗୁଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିରୂପମା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ନିରୂପମା ବୋର୍ଡର ଅଧ୍ୟକ୍ଷ ନରେନ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଲୋଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଂସ୍କାରି ହେବା ପାଇଁ ଆହ୍ୱାନ ଦେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଶଭୁଲକ୍ଷ୍ମୀ ସାହୁ,ସ୍ମୃତି ରଂଜନ ସାହୁ,ରିତିକା ମହଲ,ଆଦର୍ଶ ପରିଡା,ଶଭୁଶ୍ରୀ ପଣ୍ଡା,ସାଇ ଶୁଭମ ବେହେରା,ସ୍ନେହାଞ୍ଜଳୀ ସାହୁ ଓ ବିଶ୍ୱଭୂଷଣ କରଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ଗ୍ଲୋରିଆ ନାୟକ ଧନ୍ୟବାଦ ଅର୍ପଣ କରିଥଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ