ରାଜଧାନୀରେ ପଶୁପ୍ରେମୀଙ୍କ ନିରବ ପ୍ରତିବାଦ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ରାଜଧାନୀରେ ପଶୁପ୍ରେମୀଙ୍କ ନିରବ ପ୍ରତିବାଦ। ହାତରେ ଫ୍ଲାକ କାର୍ଡ ଧରି ରାମ ମନ୍ଦିର ସମ୍ମୁଖରେ ପ୍ରତିବାଦ କରିଛନ୍ତି ପଶୁପ୍ରେମୀ ମାନେ। ସୁପ୍ରିମକୋର୍ଟଙ୍କ କୁକୁର ମାନଙ୍କୁ ଆଶ୍ରୟସ୍ଥଳୀ ପଠାଇବା ନିର୍ଦେଶକୁ ବିରୋଧ କରି ସମସ୍ତେ ଏକାଠି
ରାଜଧାନୀରେ ପଶୁପ୍ରେମୀଙ୍କ     ନିରବ ପ୍ରତିବାଦ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ରାଜଧାନୀରେ

ପଶୁପ୍ରେମୀଙ୍କ ନିରବ ପ୍ରତିବାଦ। ହାତରେ ଫ୍ଲାକ କାର୍ଡ ଧରି ରାମ ମନ୍ଦିର ସମ୍ମୁଖରେ ପ୍ରତିବାଦ

କରିଛନ୍ତି ପଶୁପ୍ରେମୀ ମାନେ। ସୁପ୍ରିମକୋର୍ଟଙ୍କ କୁକୁର ମାନଙ୍କୁ ଆଶ୍ରୟସ୍ଥଳୀ ପଠାଇବା

ନିର୍ଦେଶକୁ ବିରୋଧ କରି ସମସ୍ତେ ଏକାଠି ହୋଇଛନ୍ତି। ମଣିଷ ମାନଙ୍କ ପରି କୁକୁର ମାନଙ୍କର ମଧ୍ୟ

ସମାଜରେ ବଂଚିବାର ଅଧିକାର ଅଛି। ତେଣୁ ସେମାନଙ୍କ ଉପରେ ଏମିତି ଆଇନ ଆଣିବା ଠିକ ନୁହେଁ ବୋଲି

କହିଛନ୍ତି। ଅନ୍ୟପଟେ କୁକୁର ମଣିଷ ମାନଙ୍କୁ ବିନା ଦୋଷରେ ଆକ୍ରମଣ କରନ୍ତିନାହିଁ। ହୁଏତ

ସେମାନଙ୍କ ସଂଖ୍ୟା ବଢିଛି ସେଥିପାଇଁ ସରକାର ବନ୍ଧ୍ୟା କରଣ କରିବା ଦରକାର ଓ ଲୋକେ ସଚେତନତା

ହେବାର ଆବଶ୍ୟକ ରହିଛି ବୋଲି ପଶୁପ୍ରେମୀ ମାନେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande