ଲିଙ୍ଗେଶ୍ୱର ଶିଶୁ ବିଦ୍ୟାମନ୍ଦିରର ୨୬ତମ ଜ୍ଞାନ ବିଜ୍ଞାନ ମେଳା
କୋରେଇ, ୨ ଅଗଷ୍ଟ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ଶିଶୁ ବିଦ୍ୟାମନ୍ଦିରର ୨୬ ତମ ଜ୍ଞାନ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ବନମଳୀ ଦାସ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମ୍ବ
ଲିଙ୍ଗେଶ୍ୱର ଶିଶୁ ବିଦ୍ୟାମନ୍ଦିରର ୨୬ତମ ଜ୍ଞାନ ବିଜ୍ଞାନ ମେଳା


କୋରେଇ, ୨ ଅଗଷ୍ଟ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ଶିଶୁ ବିଦ୍ୟାମନ୍ଦିରର ୨୬ ତମ ଜ୍ଞାନ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ବନମଳୀ ଦାସ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମ୍ବାଦିକ ସୁବାସ ଧଳ ଓ ମାନସ କୁମାର ସାହୁ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ମାନସ ରଂଜନ ଶତପଥି, ମାନସ କୁମାର ସାହୁ, ଧନେଶ୍ୱର ସାହୁ, କୃଷ୍ଣ ମୋହନ କର, ବାସୁଦେବ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ମୋଟ ୨୧୦ ଜଣ ବିଜ୍ଞାନ ଓ ଗଣିତ ପ୍ରଶ୍ନମଂଚ, ପ୍ରଶ୍ନବାଚନ ପ୍ରୟୋଗ, ନୂତନ ପ୍ରୟୋଗ, ମୂର୍ତିକଳା, କଥା ଓ କଥନ, ସଂସ୍କୃତି ଜ୍ଞାନ ଇତ୍ୟାଦିରେ ଭାଗ ନେଇଥିଲେ । ଏହାର ଉଦ୍‌ଯାପନ ପର୍ବରେ ମୁଖ୍ୟ ଅତିଥିଭାବେ ଲିତଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଦୈତାରୀ ଧଳ, ସମ୍ମାନୀତ ଅତିଥିଭାବେ କୋରେଇ ଶିକ୍ଷାମଣ୍ଡଳର ଅତିରିକ୍ତ ଶିକ୍ଷାଧିକାରୀ ବିଜୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ମାନସ ରଂଜନ ଧଳ, ବରିଷ୍ଠ ସମ୍ବାଦିକ ମନୋଜ କୁମାର ସାହୁ ଏବଂ ପରିଚାଳନା ସମିତିର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ଧଳ, ଉପସଭାପତି ଶଙ୍କର୍ଷଣ ପରିଡା, ଯୁଗ୍ମ ସମ୍ପାଦକ ରାଜ କିଶୋର ମଲ୍ଲିକ ଓ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରୀପାଠୀ ଉଭୟ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande