କାର୍ ସହ ୩୦ କେଜି ଗଞ୍ଜେଇ ଜବତ : ୨ ଗିରଫ
ବଲାଙ୍ଗିର, ୨ ଅଗଷ୍ଟ (ହି.ସ.)- ଅବକାରୀ ବିଭାଗ ଏକ କାର୍ ସହ ଗଞ୍ଜେଇ ଜବତ କରି ୨ ଜଣକୁ ଗିରଫ କରିଛି । ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ତୁଷୁରା ଉଡ଼ାଜାହାଡହାଜ ପଡ଼ିଆ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ୩୦ କେଜି ଗଞ୍ଜେଇ ବାହାରିଥିଲା । ପ
କାର୍ ସହ ୩୦ କେଜି ଗଞ୍ଜେଇ ଜବତ : ୨ ଗିରଫ


ବଲାଙ୍ଗିର, ୨ ଅଗଷ୍ଟ (ହି.ସ.)-

ଅବକାରୀ ବିଭାଗ ଏକ କାର୍ ସହ ଗଞ୍ଜେଇ ଜବତ କରି ୨ ଜଣକୁ ଗିରଫ କରିଛି । ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ତୁଷୁରା ଉଡ଼ାଜାହାଡହାଜ ପଡ଼ିଆ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ୩୦ କେଜି ଗଞ୍ଜେଇ ବାହାରିଥିଲା । ପରେ ଗାଡ଼ିକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରପଦର ଗାଁର ହୁତାସନ ରଣା ଓ ଉତ୍ତରପ୍ରଦେଶର କୁଶିଙ୍ଗର ଜିଲ୍ଲା ବିସାନପୁର ଥାନା ଜଙ୍ଗଲଲୁଟା ଗାଁର ନୁର୍‌ ଆଲାମ ଅନସାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande