୭୬ ତମ ବନ ମହୋତ୍ସବ ବଡ଼ବିଲ ଠାରେ ଅନୁଷ୍ଠିତ
କେନ୍ଦୁଝର, ୨ ଅଗଷ୍ଟ (ହି.ସ.) - ଆଜି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ସହ ବଡ଼ବିଲ କଲେଜ ସମ୍ମୁଖ ପଡ଼ିଆରେ ଜୈବ ବିବିଧତା ପାର୍କର ଶିଳାନ୍ୟାସ ମଧ୍ୟ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ମା ପାଇଁ ଗଛଟି
୭୬ ତମ ବନ ମହୋତ୍ସବ ବଡ଼ବିଲ ଠାରେ ଅନୁଷ୍ଠିତ


କେନ୍ଦୁଝର, ୨ ଅଗଷ୍ଟ (ହି.ସ.) - ଆଜି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ସହ ବଡ଼ବିଲ କଲେଜ ସମ୍ମୁଖ ପଡ଼ିଆରେ ଜୈବ ବିବିଧତା ପାର୍କର ଶିଳାନ୍ୟାସ ମଧ୍ୟ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ମା ପାଇଁ ଗଛଟିଏ ଲଗାଇବା ସହ ଜୈବ ବିବିଧତା ପାର୍କର ଉଦଘାଟନ କରିଥିଲେ। ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ , ବଡ଼ବିଲ ପୌରପାଳିକା ଅଧିକାରୀ, ଚମ୍ପୁଆ ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ତିନି ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande