ଜୟପୁର, ୨ ଅଗଷ୍ଟ (ହି.ସ.)-
ବୋଲବମ୍ ଭ୍ୟାନ ଧକ୍କାରେ ବାଇକ ରେ ଥିବା ବାପା ଓ ପାଞ୍ଚ ବର୍ଷ ର ପୁଅର ମୃତ୍ୟୁ ଘଟିଛି । ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ନମ୍ବର ୩୨୬ ର କନ୍ୟାଶ୍ରମ ନିକଟରେ। ଦୁର୍ଘଟଣା ଏମିତି ହେଇଛି ଯେ ଭ୍ୟାନ ଟି ବାଇକ କୁ ଧକ୍କା ଦେଲା ପରେ ହୁତୁହୁତୁ ହୋଇ ଜଳୁଛି ବାଇକ।
ଭ୍ୟାନ ଟି କାକରିଗୁମାରୁ ବୋଲବମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଉଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ।
ଦୁର୍ଘଟଣାରେ ବାଇକ୍ ଜଳି ଯାଇଛି । ବାଇକ୍ ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଯୁବକ ବାଇକ ର ନିଆଁ ଲାଗି ପୋଡ଼ି ଯାଇଥିବା ଦେଖାଯାଇଛି । କୋରାପୁଟ-ପୋଡ଼ାଗଡ ମଧ୍ୟରେ ପୋଡ଼ାଗଡ କନ୍ୟାଶ୍ରମ ନିକଟରେ ଟ୍ରକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଜଳିଯାଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ ଚାଳକ ଘଟଣାସ୍ଥଳରେ ଜଳିଯାଇଥିଲା । ଦୁର୍ଘଟଣାରେ ମୋଟ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି