ଜୟପୁର, ୨ ଅଗଷ୍ଟ (ହି.ସ.)-ବୋଲବମ୍ ଭ୍ୟାନ ଧକ୍କାରେ ବାଇକ ଆରୋହୀ ବାପା ଓ ପାଞ୍ଚ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି । ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ନମ୍ବର ୩୨୬ ର କନ୍ୟାଶ୍ରମ ନିକଟରେ। ଦୁର୍ଘଟଣା ଏମିତି ହେଇଛି ଯେ ଭ୍ୟାନ ଟି ବାଇକ କୁ ଧକ୍କା ଦେଲା ପରେ ହୁତୁହୂତୁ ହୋଇ ଜଳି ଯାଇଥିଲା ବାଇକ। ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି l ଭ୍ୟାନ ଟି କାକରିଗୁମାରୁ ବୋଲବମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଯାଉଥିଲା ଏବଂ ବାଇକ ଆରୋହୀ ଜଣକ କୋରାପୁଟରୁ ପୋଡାଗଡ ଅଭିମୁଖେ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି l ମୃତକଙ୍କ ପରିଚୟ ମିଳି ପାରିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ