ଜୟପୁର, ୨ ଅଗଷ୍ଟ (ହି.ସ.)-
ଜୟପୁର ସଦର ଥାନା ଅନ୍ତର୍ଗତ ନୂଆପୁଟ ଅଞ୍ଚଳର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିବା ମାମଲାରେ ଆଜି ସଦରପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ନୂଆପୁଟ ଗ୍ରାମର ପୁରୁଷୋତ୍ତମ ନାୟକ।
ଗତ ୨୦ ତାରିଖରେ ନୂଆପୁଟ ଗ୍ରାମର ମନହର ପୂଜାରି ଓ ତାଙ୍କ ଭାଇ ଗ୍ରାମର ଏକୋଇଶିଆ ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ସେହି ଗ୍ରାମର ପୁରୁଷୋତ୍ତମ ନାୟକ ମନହରଙ୍କ ମୁଣ୍ତରେ ଏକ ଲାଠିରେ ଆଘାତ ଦେଇଥିଲେ। ଘଟଣାସ୍ଥଳରେ ମନହର ଟଳିଯିବା ପରେ ତାଙ୍କୁ ତୁରନ୍ତ ଜୟପୁର ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଏନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାକୁ ଭିତ୍ତିକରି ସଦରପୁଲିସ ଆଜି ଅଭିଯୁକ୍ତ ପୁରୁଷୋତ୍ତମ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି