ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ରାଜ୍ୟରେ ବଢିଚାଲିଥିବା ନାରୀ ନିର୍ଯାତନା ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ଡିସିପି ଅଫିସଯାଏଁ ଯାଇଥିଲେ। ଡ଼ିସିପି ଅଫିସ ଆଗରେ ପ୍ରତିବାଦ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗାଁ ରୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରି ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି ଯୁବ ବିଜେଡି। ତୁରନ୍ତ ରାଜ୍ୟର ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ସହ ରାଜ୍ୟରେ ଘଟିଚାଲିଥିବା ନାରୀ ନିର୍ଯାତନା ରୋକିବାକୁ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ଯୁବ ଓ ଛାତ୍ର ବିଜେଡି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା