ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଲୋକପ୍ରିୟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପୂଜ୍ୟା ମାତା ଶ୍ରୀମତୀ କନକ ମହାପାତ୍ରଙ୍କ ଆଜି ନିଜ ବାସଭବନରେ ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତାଃ ମହାପାତ୍ର ଜଣେ ସରଳ, ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ସ୍ୱର୍ଗତାଃ ମହାପାତ୍ରଙ୍କ ବାସ ଭବନରେ ତାଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ସ୍ୱର୍ଗତାଃ ମହାପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା