ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ବନାଂଚଳ ଛେମୁଣ୍ଡା ଏବଂ ଜମନକିରା ବନରକ୍ଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଦୁଇ ଗୋଟି ନୂତନ କାର୍ଯ୍ୟାଳୟ ଓ ବାସ ଗୃହ ବାମରା ଡ଼ିଏଫଓ ସମୀର ସାହୁଙ୍କ କରକମଳରେ ଉଦଘାଟନ ହୋଇଯାଇଛି। ଡ଼ିଏଫଓ ଶ୍ରୀ ସାହୁ ଫିତାକାଟି ଉଭୟ ଗୃହକୁ ଉଦଘାଟନ କରିଥିବା ବେଳେ ପୂଜକ ସତ୍ୟ ନାରାୟଣ ପଣ୍ଡା ପୂଜକ ରହିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଜମନକିରା ରେଞ୍ଜର ଲଷ୍ମୀନାରାୟଣ ନାଏକ, ବଡ଼ରମା ରେଞ୍ଜର ଗିରିଧାରୀ ପ୍ରଧାନ, ଜମନକିରା ଫରେଷ୍ଟର ଶିଶିର ସାମଲ, ଫାଶୀମାଲ ଫରେଷ୍ଟର ଦେବରାଜ ଗୁଞ୍ଜୁ, ମେଣ୍ଢାବାହାଲ ଫରେଷ୍ଟର ଚନ୍ଦ୍ରଶେଖର ଭୋଇ, ସୁଜିତ ପଟେଲ, ବିଞ୍ଜିପାଲୀ ଫରେଷ୍ଟର ଅବନିସୁନ୍ଦର ବାଘ, ଭୋଜପୁର ଫରେଷ୍ଟର ହେମନ୍ତ ମିଶ୍ର ସହିତ ଫରେଷ୍ଟ ସ୍କ୍ୱାର୍ଡ, ତପନ ଭୋଇ, ସୁବ୍ରତ ମାଝୀ, ନିରଞ୍ଜନ ପଧାନ, ଲକ୍ଷ୍ମଣ ରୋହିଦାସ, ପ୍ରଦୀପ ପଧାନ, ସନାତନ ବଗାର, ଭଗରଥୀ ସେଠି, ଲଳିତ ମହଂବର, ନାରୁ ଲାକ୍ରା, ସୁବୋଧ ମହାକୁଳ, ବିପିନ ବିଲହର, ମାନସ ଦେହୁରୀ, ପପ୍ପୁ ପଧାନ, ଯଶୋବନ୍ତ ପଧାନ, ପ୍ରଲ୍ଲାଦ ଭୋଇ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବନ ସୁରକ୍ଷା ସମିତି ସଦସ୍ୟ, ସଭାପତି ଏବଂ ବାମରା ବନଖଣ୍ଡର ପ୍ରଥମ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜମନକିରା ଫରେଷ୍ଟ ଗାର୍ଡ ଜୟନ୍ତୀ ରାମଜାନ, କ୍ଷୀରଦିନି ରଣା, ଇନ୍ଦ୍ରାଣୀ ସ୍ୱାଇଁ ପ୍ରମୁଖ ସହଯୋଗ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ