ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡିର ହାଲ୍ଲାବୋଲ
Bhubaneswar, 2 ଅଗଷ୍ଟ (ହି.ସ.) ବିଜୁ ଛାତ୍ର ଓ ଯୁବ ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ
ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡିର ହାଲ୍ଲାବୋଲ


Bhubaneswar, 2 ଅଗଷ୍ଟ (ହି.ସ.)

ବିଜୁ ଛାତ୍ର ଓ ଯୁବ ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ଗୋପାଳପୁର ବିଚ୍ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ବିଜେଡି ଛାତ୍ର ଓ ଯୁବ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ଛାତ୍ରୀ ଓ ମହିଳା ନିର୍ଯାତନା ଘଟଣାମାନ କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ ବରଂ ଆଇନ ଓ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏହି ଘଟଣାର ପ୍ରତିବାଦ କରି ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଲିରେ ଯାଇ ଛାତ୍ରୀ ଓ ନାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ସହ ଓଡ଼ିଶାରେ ଅହେତୁକ ବୃଦ୍ଧି ପାଇଥିବା ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କ ଉଦେ୍ଦଶ୍ୟରେ ନିକଟସ୍ଥ ଥାନା ଓ ଡିସିପିଙ୍କ ଅଫିସରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଓ ଯୁବ ବିଜେଡିର ଶୋଭାଯାତ୍ରା ବାହାରି ଭୁବନେଶ୍ୱର ଡିସିପି ଅଫିସ ଆଗରେ ପ୍ରତିବାଦ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଲାଲ୍ବାଗ ଥାନାରେ ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ବିଡାନାସୀ ଥାନାରେ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande