ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକକୁ ଏନକାଉଣ୍ଟର
ଗଂଜାମ, ୨ ଅଗଷ୍ଟ (ହି.ସ.)- କବିସୂର୍ଯ୍ଯ ନଗର ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକକୁ ଗଂଜାମ ଜିଲ୍ଲା ବ୍ରହ୍ମପୁର ପୁଲିସ ଆଜି ସକାଳୁ ଚିକିଟି ପିତାତଳି ରାସ୍ତାରେ ଏନକାଉଣ୍ଟର କରିଛି। ସୁନୀଲ ଚିକିଟି ଅଂଚଳରେ ରହିଥିବା ଖବର ପାଇ ପୁଲିସ ସଦଳବଳେ ସେଠାରେ ପହଞ୍ଚି ସୁନୀଲକୁ କାବୁ କରିବାକୁ ଉଦ୍ଯ
ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକକୁ ଏନକାଉଣ୍ଟର


ଗଂଜାମ, ୨ ଅଗଷ୍ଟ (ହି.ସ.)- କବିସୂର୍ଯ୍ଯ ନଗର ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକକୁ ଗଂଜାମ ଜିଲ୍ଲା ବ୍ରହ୍ମପୁର ପୁଲିସ ଆଜି ସକାଳୁ ଚିକିଟି ପିତାତଳି ରାସ୍ତାରେ ଏନକାଉଣ୍ଟର କରିଛି। ସୁନୀଲ ଚିକିଟି ଅଂଚଳରେ ରହିଥିବା ଖବର ପାଇ ପୁଲିସ ସଦଳବଳେ ସେଠାରେ ପହଞ୍ଚି ସୁନୀଲକୁ କାବୁ କରିବାକୁ ଉଦ୍ଯମ କରିବାରୁ ସୁନିଲ ପୁଲିସ ଉପରକୁ ଗୁଳି କରିଥିଲା । ତା'ର ଗୁଳି ପୁଲିସ୍ ଗାଡିରେ ବାଜିବା ପରେ ଏହାର ଜବାବରେ ସୁନୀଲ ଉପରକୁ ଗୁଳି ଚଳାଇଥିଲେ ଗୋଳନ୍ଥରାପୁଲିସ । ଗୁଳି ସୁନିଲର ବାମ ଗୋଡରେ ବାଜି ସେ ଗୁରୁତର ଆହତ ହେବାରୁ ତାକୁ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୁନୀଲ କିଛି ଦିନ ହେଲା କବିସୂର୍ଯ୍ଯ ନଗର ଅଂଚଳ ଛାଡି ଚିକିଟି ଅଂଚଳରେ ତା'ର ଅପରାଧୀକ ସାମ୍ରାଜ୍ଯ ବିସ୍ତାର କରିଆସୁଥିଲା। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ସଂଗୀନ ଅପରାଧୀକ ମାମଲା ରହିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande