ପୂର୍ବତନ ଟାଉନଥାନା ଅଧିକାରୀ ପ୍ରସାଦ ମୁଣ୍ଡଙ୍କ ପରଲୋକ
ବଲାଙ୍ଗୀର, ୦୨ ଅଗଷ୍ଟ(ହି.ସ.) – ଜଣେ ମେଳାପୀ ଓ ଅମାୟିକ ବ୍ୟକ୍ତି ଭବରେ ଜଣାଶୁଣା ପୂର୍ବତନ ବଲାଙ୍ଗୀର ଟାଉନ୍ ଥାନା ଅଧିକାରୀ କୁଶ ପ୍ରସାଦ ମୁଣ୍ଡଙ୍କ ଗତକାଲି ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶ୍ରୀ ପଣ୍ଡା କିଛି ଦିନ ହେଲା ଅସୁସ୍ଥତା ଯୋଗୁଁ ବେଙ୍ଗଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।୧୯
ପୂର୍ବତନ ଟାଉନଥାନା ଅଧିକାରୀ ପ୍ରସାଦ ମୁଣ୍ଡ ଙ୍କ ପରଲୋକ


ବଲାଙ୍ଗୀର, ୦୨ ଅଗଷ୍ଟ(ହି.ସ.) – ଜଣେ ମେଳାପୀ ଓ ଅମାୟିକ ବ୍ୟକ୍ତି ଭବରେ ଜଣାଶୁଣା ପୂର୍ବତନ ବଲାଙ୍ଗୀର ଟାଉନ୍ ଥାନା ଅଧିକାରୀ କୁଶ ପ୍ରସାଦ ମୁଣ୍ଡଙ୍କ ଗତକାଲି ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶ୍ରୀ ପଣ୍ଡା କିଛି ଦିନ ହେଲା ଅସୁସ୍ଥତା ଯୋଗୁଁ ବେଙ୍ଗଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।୧୯୯୨ରୁ ୨୦୦୩ ମଧ୍ୟରେ ବଲାଙ୍ଗୀର ଟାଉନ୍ ଥାନାରେ ବିଭିନ୍ନ ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ବୌଦ୍ଧ ଡିଏସ୍‌ପି ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଆଜି କୁଶ ପ୍ରସାଦ ଙ୍କ ପାର୍ôଥବ ଶରିର ତାଙ୍କ ତୁଳସୀ ନଗର ସ୍ଥିତ ବାସଭବନକୁ ଅଣାଯାଇ ଥିଲା। ମୃତ୍ୟୁଶଯ୍ୟାରେ ତାଙ୍କର ଧର୍ମପତ୍ନୀ ବୀଣାପାଣି, ବୋହୂ ଉପାସନା,ଝିଅ ପ୍ରୀତିଲତା ଓ ନାତି ରୋହନ ଉପସ୍ଥିତ ଥିଲେ। ବଲାଙ୍ଗୀର ହାଟପଦା ପଡା ଶ୍ମଶାନ ଠାରେ ତଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ପୁଅ ସାଗର ସମ୍ରାଟ ମୁଖାଗ୍ନି ଦେଇଥିଲେ। ନିଷ୍ଠାପର ପୋଲିସ ଅଧିକାରୀ କୁଶ ପ୍ରସାଦ ମୁଣ୍ଡ ଙ୍କ ପରଲୋକ ରେ ତୁଳସୀ ନଗର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande