ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜମନକିରା, ଟିକିଲିପଡ଼ା, କଟଙ୍ଗପାଣି, ବଡ଼ରମା, ଟିକିବା ପଂଚାୟତ ର ଜନସାଧାରଣ ନିର୍ଭଳଶୀଳ ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ଷଣା ବେକ୍ଷଣା ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଦୈନନ୍ଦିନ ବିଗିଡି ବାକୁ ବସିଲାଣି। ଏପରିକି ଫାର୍ମାସିଷ୍ଟ ନିଜେ ଆଲୋକରେ ରହିଥିବା ବେଳେ ରୋଗୀଙ୍କ ଚିକିତ୍ସା ଅନ୍ଧାରରେ ହେଉଥିବା ଦେଖିବାକୁ ମିଳୁଛି। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲଗାଯାଇଥିବା ସୋଲାର ପ୍ରକଳ୍ପ ବିଗତ ଦୁଇ ବର୍ଷରୁ ଖରାପ ଥିବା ଯୋଗୁଁ ଜମନକିରା ରେ ବିଦ୍ୟୁତ କାଟ ସମସ୍ୟା ଦେଖା ଦେଲେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପୂର୍ଣ ଅନ୍ଧାର ହୋଇଯାଇଥାଏ। ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଦ୍ୟୁତ ସମସ୍ୟାର ସମାଧାନ ନ କରି କେବଳ ଫାର୍ମାସିଷ୍ଟ ବସୁଥିବା ଡାକ୍ତର ଙ୍କ ଚେମ୍ବରରେ ଏକ ଇନଭାଇଟର ଲଗାଯାଇଛି। ବିଡମ୍ବନା ର ବିଷୟ ଏହି ଚ୍ୟାମ୍ବରରେ ବସୁଥିବା ଡାକ୍ତର ବିଗତ ଚାରିମାସରୁ ଠିକ ଭାବରେ ଆସୁନାହାନ୍ତି ଏବଂ ତାଙ୍କ ଅନୁପସ୍ଥିତି ରେ ଉକ୍ତ ଚ୍ୟାମ୍ବରେ ଫାର୍ମାସିଷ୍ଟ ବସି ରୋଗୀଙ୍କ ଚିକିତ୍ସା କରିଥାନ୍ତି କିନ୍ତୁ କାଁ ଭାଁ ଛାଡି ଦେଲେ ଅଧିକାଂଶ ରୋଗୀ ଅନ୍ୟ ଚ୍ୟାମ୍ବରରେ ବସୁଥିବା ଆୟୁଷ ଡାକ୍ତରଙ୍କ ପାଖରେ ନିଜ ଚିକିତ୍ସା କରିଥାନ୍ତି। ଏପରିକି ରୋଗୀ ଦେଖୁ ଥିବା ସମୟରେ ବିଦ୍ୟୁତ କାଟ ହେଲେ ଆୟୁଷ ଡାକ୍ତରଙ୍କ ଚ୍ୟାମ୍ବରରେ ଅନ୍ଧାର ହୋଇଯାଏ ଏବଂ ଫାର୍ମାସିଷ୍ଟ ବସୁଥିବା ରୋଗୀ ବିହୀନ ଚ୍ୟାମ୍ବର ରେ ଆଲୋକିତ ରହିଥାଏ। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ଷଣା ବେକ୍ଷଣା ପାଇଁ ସରକାର ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ଟଙ୍କା ଠିକ ଭାବେ ବ୍ୟବହାର କରାଯାଉନାହିଁ ଯାହା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏଭଳି ପରିସ୍ଥିତି ରେ ଫାର୍ମାସିଷ୍ଟ ଆଲୁଅରେ ରହି ରୋଗୀଙ୍କୁ ଅନ୍ଧାରରେ ରଖୁଛନ୍ତି ବୋଲି କହିଲେ ଅତୃପ୍ତି ହେବ ନାହିଁ। ସବୁଠାରୁ ବଡ କଥା ହେଲା କି ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସୁପ୍ରିଟେଣ୍ଡେଂଟ ହରିଶଚନ୍ଦ୍ର ବାଘ ଏବଂ ସମ୍ବଲପୁର ସିଡିଏମଓ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜାଣିଥିଲେ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଅନୁସରଣ କରି ଖରାପ ନ ଦେଖିବା, ଖରାପ ନ ଶୁଣିବା, ଖରାପ ନ କହିବା ବାଣୀ ଅବଲମ୍ବନ କରିଛନ୍ତି ଏଣୁକରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା କେଭେ ଠିକ ହେବ ତାହା ଏକ ବଡ଼ ପ୍ରଶ୍ନ। ଏ ସମ୍ପର୍କ ରେ ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟଙ୍କୁ ପଚାରିବାରୁ ଏବେ ଲାଇନ ଗଲେ ଆୟୁଷ ଙ୍କ ଚେମ୍ବର ରେ ମଧ୍ୟ ଆଲୋକିତ ରହିବ। ସୋଲାର ଖରାପ ଅଛି, ୱାରିଙ୍ଗ ସର୍ଟ ଅଛି ସେ ସବୁ ମରାମତି ଚାଲିଛି ହେଇଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ