ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୨ ଅଗଷ୍ଟ (ହି.ସ.)- ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବିଦ୍ୟାଳୟ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍
ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୨ ଅଗଷ୍ଟ (ହି.ସ.)-

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବିଦ୍ୟାଳୟ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ l ଏହା ସହିତ ୧୩୦ ରୁ ଉର୍ଧ୍ଵ ଛାତ୍ର ଛାତ୍ରୀଙ୍କ ମା ମାନେ ଆସି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଆସିଥିବା ଅଭିଭାବକ, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କ ସହିତ ମିଶି ବୃକ୍ଷରୋପଣ କରିଥିଲେ। ମା ମାନେ ବୃକ୍ଷରୋପଣ ଫଟୋ ଅପଲୋଡ଼ କରି ସାର୍ଟିଫିକେଟ ମଧ୍ୟ ପାଇଛନ୍ତି।

କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ଦେବେନ୍ଦ୍ର ପାଢ଼ୀ, ଦୀପକ ସାହୁ, ତନଭିର ମହମ୍ମଦ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ନିର୍ମଳ ତଣ୍ଡକା, ହିତକର ଚରତି । ଶିକ୍ଷୟତ୍ରୀ ପ୍ରଭାତୀ ପାଣିଗ୍ରାହୀ, କେ.ପ୍ରମିଳା, ବନିତା ଶତପଥୀ, ସାଗରିକା ପାତ୍ର,ରଶ୍ମି ପ୍ରଭା ଭଞ୍ଜ, ସସ୍ମିତା ଜେନା, ନମିତା ବରାଳ, ସୁଦ୍ଧା ପଟ୍ଟନାୟକ, ସୁବର୍ଣ୍ଣ ଖିଲ, ସନ୍ତୋଷୀ ପଣ୍ଡା, ପପିତା ପ୍ରଧାନ, ଆଦ୍ୟାଶକ୍ତି ପଣ୍ଡା, ଶୁଭସ୍ମିତା ସାହୁ, ବିଦ୍ୟାଳୟର କର୍ମକର୍ତ୍ତା ବାଲଗୋପଲ୍ ମିଶ୍ର, ଏ. ମୂରଲୀ, ରଜନୀକାନ୍ତ ଘଡେ଼ଇ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ଦ୍ଵାରା ସଫଳ ହୋଇଥିବାରୁ ଶେଷରେ ଶିକ୍ଷକ ବିଶ୍ବରଂଜନ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande