ଚମ୍ପୁଆ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଚମ୍ପୁଆ, ୨ ଅଗଷ୍ଟ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ଉଦ୍ଭାବନ ମଣିଷ ଜୀବନରେ
ଚମ୍ପୁଆ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


ଚମ୍ପୁଆ, ୨ ଅଗଷ୍ଟ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ଉଦ୍ଭାବନ ମଣିଷ ଜୀବନରେ କିପରି ସହାୟକ ହୋଇପାରିଛି ସେ ବିଷୟରେ ଅବଗତ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ବୈଜ୍ଞାନିକ ହେବା ସହିତ ପରିବେଶ ଓ ସଂସ୍କୃତିର ସୁରକ୍ଷା କରିବା ପାଇଁ ଆହ୍ୱାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଜ୍ଞାନ ବିଜ୍ଞାନ ମେଳାର ସୂଚନା ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ କିଶୋର, ବାଲ ଓ ଶିଶୁ ୩ଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ଗଣିତ, ବିଜ୍ଞାନ, ସଂସ୍କୃତି ଜ୍ଞାନ ପତ୍ର ବାଚନ, ଗଣିତ, ବିଜ୍ଞାନ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଂଚ, ମୂର୍ତି କଳା, ସଂସ୍କୃତି ଜ୍ଞାନ କଥାକଥନ, ତତ୍କାଳୀନ ଭାଷଣ ଆଦି ପ୍ରତିଯୋଗିତା କରାଯାଇଥିଲା । ମୋଟ ୪୯ କି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସର୍ବମୋଟ୍ ୨୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ଗିରି, କଳାକର ମହାନ୍ତ ଆଦି ଯୋଗ ଦେଇଥିଲେ । ପୁରସ୍କାର ବିତରଣ ସଭାରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ କଳାକର ମହାନ୍ତ, ପରିଚାଳନା ସମିତିର ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ, ମୋନାଲିସା ରାଉତ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଦି ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରମୁଖ କୀର୍ତି ଚନ୍ଦ୍ର ମହାପାତ୍ର ବିବରଣୀ ପାଠ କରିଥିଲେ । ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ । ସରଳା ପ୍ରଧାନ ପୁରସ୍କାର ଘୋଷଣା କରିଥିଲେ । ଆଚାର୍ଯ୍ୟ ରବୀନ୍ଦ୍ର କୁମାର ପଣ୍ଡା, ନିର୍ମଳ ଚନ୍ଦ୍ର ମହାନ୍ତ, ପବନ କୁମାର ସାହୁ, ପ୍ରିୟଦର୍ଶିନୀ ଗିରି, ପଲ୍ଲୀଶ୍ରୀ ଭାର୍ଗବୀ ପ୍ରଧାନ, ତ୍ରିବେଣୀ ପାତ୍ର ସ୍ନିଗ୍ଧା ପ୍ରଧାନ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande