କେନ୍ଦୁଝର, ୦୨ ଅଗଷ୍ଟ(ହି.ସ.) – ଆଜି ବଡ଼ବିଲ ତହସିଲ ଏବଂ ଯୋଡ଼ାବ୍ଳକ ଅନ୍ତର୍ଗତ ଗୁଆଲି ପଂଚାୟତରେ ଆୟୋଜିତ ମୋ ପଂଚାୟତ, ମୋ ତହସିଲ କାର୍ଯ୍ୟକ୍ରମରେ ବସୁନ୍ଧରା ହିତାଧିକାରୀଙ୍କୁ ଜମି ଦଖଲ ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ଏବଂ କାର୍ଯ୍ୟାଦେଶ ବଂଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ବଡ଼ବିଲ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ସରପଂଚ ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA