କାଲିମେଳା ପୋଲିସ ପକ୍ଷରୁ ୫୨ ଟି ପ୍ଲାଷ୍ଟିକ୍ ଜରି ବ୍ୟାଗରୁ ୧୩୦୦ କିଲୋଗ୍ରାମ ଗଞ୍ଜେଇ ଜବତ
ମାଲକାନଗିରି,୨ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏସଆଇ ବି.ପି.ଶ ବରଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ସକାଳେ ପାଟ୍ରୋଲିଂ କରୁଥିବା ସମୟରେ, ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଡିଗେଟା ପଂଚାୟତର ସାନା ଟେକଗୁଡ଼ା ଗ୍ରାମ ନିକଟ ଜଙ୍ଗଲ ଭିତରେ ଚୋରା ଗଞ୍ଜେଇ ଜବତ କରିଥିଲେ। ଏନଡ
କାଲିମେଳା ପୋଲିସ ପକ୍ଷରୁ ୫୨ ଟି ପ୍ଲାଷ୍ଟିକ୍ ଜରି ବ୍ୟାଗରୁ ୧୩୦୦ କିଲୋଗ୍ରାମ ଗଞ୍ଜେଇ ଜବତ


ମାଲକାନଗିରି,୨ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏସଆଇ ବି.ପି.ଶ ବରଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ସକାଳେ ପାଟ୍ରୋଲିଂ କରୁଥିବା ସମୟରେ, ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଡିଗେଟା ପଂଚାୟତର ସାନା ଟେକଗୁଡ଼ା ଗ୍ରାମ ନିକଟ ଜଙ୍ଗଲ ଭିତରେ ଚୋରା ଗଞ୍ଜେଇ ଜବତ କରିଥିଲେ। ଏନଡିପିଏସ୍ ଆଇନର ପ୍ରକ୍ରିୟା ଅନୁସରଣ କରି, କାଲିମେଳା ପୋଲିସ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ୫୨ ଟି ପ୍ଲାଷ୍ଟିକ୍ ଜରି ବ୍ୟାଗରେ ୧୩୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା, ଯାହାକୁ ଅଭିଯୁକ୍ତମାନେ ରଖିଥିଲେ।

ଏହି ସମ୍ପର୍କରେ କାଲିମେଳା ପିଏସ୍ କେସ୍ ନଂ-୧୭୨/୨୦୨୫ ୟୁ/ଏସ୍‌-୨୦(ବି)(ସସ)(ସି) ଏନଡିପିଏସ୍ ଆଇନ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଥିବା କାଲିମେଳା ଥାନା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande