ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ଏଣିକି ମିଳିବ ଫଳ। ଯେଉଁମାନେ ଅଣ୍ଡା ନ ଖାଉଛନ୍ତି ସେମାନଙ୍କୁ ଫଳ ଦିଆଯିବ। ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଲାଗୁ ହେବ। ପିଲାଙ୍କୁ କଦଳୀ, ଆମ୍ବ, ସେଓ ଭଳି ଅନ୍ୟ ଫଳ ମଧ୍ୟ ଦିଆଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା