ଜୟପୁର, ୨ ଅଗଷ୍ଟ (ହି.ସ.)- ଜୟପୁର ବ୍ଲକ ପରିସରରେ ବ୍ୟାଟେରି ଚାଳିତ ସଫେଇ ଗାଡି ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକ ବାହିନିପତିଙ୍କ ସହ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ଏବିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଟେରି ଚାଳିତ ସଫେଇ ଗାଡି ପ୍ରଦାନ ଦ୍ୱାରା ପଞ୍ଚାୟତ ସ୍ୱଛ ନିମନ୍ତେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୁଖିଲା ବଜ୍ୟବସ୍ତୁ ଯାହା ସଂଗ୍ରହ କରାଯିବ ତାହା ପୌରପାଳିକା ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ପଠାଯିବ । ଘର ଘର ବୁଲି ବର୍ଜ୍ୟବସ୍ତୁ ବୋତଲ, ପ୍ଲାଷ୍ଟିକ, କାଚ, ପଲିଥିନ ଆଦି ସଂଗ୍ରହ କରାଯିବ ଏବଂ କେନ୍ଦ୍ରକୁ ପଠାଯିବ ବୋଲି ପିଇଓ, ସରପଞ୍ଚଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା। ଜୟପୁର ବ୍ଲକର ୨୨ଟି ପଞ୍ଚାୟତରେ ଘର ଘର ବୁଲି ଏହି ବ୍ୟାଟେରି ଚାଳିତ ସଫେଇ ଗାଡି ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ସ୍ୱଛ ଭାରତ ମିଶନ ଗ୍ରାମିଣ ଅନ୍ତର୍ଭୁକ୍ତ ୨୨ଟି ପଞ୍ଚାୟତରେ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ପ୍ରଦାନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି