ନିଜ ଭାଷାର ସ୍ୱାତନ୍ତ୍ର୍ୟ ଓ ସଂସ୍କୃତିର ବୈଶିଷ୍ଟ୍ୟକୁ ହୃଦୟଙ୍ଗମ କରିବା ଉଚିତ୍
ନିଜ ଭାଷାର ସ୍ୱାତନ୍ତ୍ର୍ୟ ଓ ସଂସ୍କୃତିର ବୈଶିଷ୍ଟ୍ୟକୁ ହୃଦୟଙ୍ଗମ କରିବା ଉଚିତ୍
ନିଜ ଭାଷାର ସ୍ୱାତନ୍ତ୍ର୍ୟ ଓ ସଂସ୍କୃତିର ବୈଶିଷ୍ଟ୍ୟକୁ ହୃଦୟଙ୍ଗମ କରିବା ଉଚିତ୍


ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.)

ମା’ ଝାଡେଶ୍ୱରୀ ମହାବିଦ୍ୟାଳୟରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭାରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ର ଇଂରାଜି ବିଭାଗ ର ସହକାରୀ ପ୍ରଫେସର ତଥା ଭାଷାବିଦ ଡ. ପୀତାମ୍ବର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବଲପୁରୀ ଭାଷାର ବୈଶିଷ୍ଟ୍ୟ ସମ୍ପର୍କରେ ସଦୃଷ୍ଟାନ୍ତ ଆଲୋଚନା କରି ପ୍ରତ୍ୟେକ ଭାଷାର ନିଜସ୍ୱ ମହତ୍ତ୍ୱ ରହିଛି ଏବଂ ସମସ୍ତେ ନିଜ ବ୍ୟବହୃତ ଭାଷା ଓ ନିଜ ସଂସ୍କୃତିର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟକୁ ହୃଦୟଙ୍ଗମ କରିବା ଉଚିତ ବୋଲି କହିଥିଲେ । ସମ୍ବଲପୁରୀ ଭାଷା ର ସ୍ୱତନ୍ତ୍ରତା କୁ ନେଇ ସମସ୍ତେ ସଚେତନ ହେଇ ଗର୍ବିତ ହେବା ଆବଶ୍ୟକ ବୋଲି କହିଥିଲେ। ଯୁକ୍ତ ତିନି ସ୍ରୋତର ପୂର୍ବତନ ସଭାପତି ଲଳିତ ମୋହନ ଶତପଥି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟାପକ ସଂସାର ପଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିବା ବେଳେ ଅଧ୍ୟାପିକା ସୁଦୀପ୍ତା ଦାଶଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ଅତିଥି ପରିଚୟ ପ୍ରଦାନ ସହ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ସଭା ଶେଷରେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande