ଓଡ଼ିଶା ଲୋକ ସେବା ପରୀକ୍ଷାରେ ଶିଶିରଙ୍କ ସଫଳତା
ବାରିପଦା, ୨ ଅଗଷ୍ଟ (ହି.ସ.) - ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଓଡିଶା ଲୋକ ସେବା କ୍ୟାଡର ଏସଡିଆଇପି ଆରଓ (ଓଆଇଏସ-ଦ୍ୱିତୀୟ), ଗ୍ରୁପ୍‌-ବି ପଦବୀ ପରୀକ୍ଷାରେ ଜାମଦା ବ୍ଲକ୍ କୁଚେଇପାଲର ବାକ୍ରାସାହି ଗ୍ରାମର ଶିଶିର କୁମାର ମୁନ୍ଦୁୟା ସଫଳତା ହାସଲ କରିଛନ୍ତି । ସେ ହେଁସଡା ସରପଂଚ
Public service commission exam


ବାରିପଦା, ୨ ଅଗଷ୍ଟ (ହି.ସ.) - ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଓଡିଶା ଲୋକ ସେବା କ୍ୟାଡର ଏସଡିଆଇପି ଆରଓ (ଓଆଇଏସ-ଦ୍ୱିତୀୟ), ଗ୍ରୁପ୍‌-ବି ପଦବୀ ପରୀକ୍ଷାରେ ଜାମଦା ବ୍ଲକ୍ କୁଚେଇପାଲର ବାକ୍ରାସାହି ଗ୍ରାମର ଶିଶିର କୁମାର ମୁନ୍ଦୁୟା ସଫଳତା ହାସଲ କରିଛନ୍ତି । ସେ ହେଁସଡା ସରପଂଚ ବାଲେମା ମୁନ୍ଦୁୟା ଓ ପୂର୍ବତନ ସମିତିସଭ୍ୟ ମଦନ କୁମାର ମୁନ୍ଦୁୟାଙ୍କ ଜ୍ୟେଷ୍ଠ ପୁତ୍ର । ଶିଶିର ଜାମଦା ସରସ୍ୱତୀ ଶିଶୁ ମନ୍ଦିରରୁ ଶିକ୍ଷା ଆରମ୍ଭ କରିଥିଲେ । ଏହାପରେ ସେ ଧାନଘେରା ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ହାଇସ୍କୁଲ ପରେ ଉଦଳା ମହାବିଦ୍ୟାଲୟ ଯୁକ୍ତ ୨ ପାସ କରିଥିଲେ । ଏହାପରେ ସେ ଯଶିପୁର ଡ଼ିଗ୍ରୀ ମହାବିଦ୍ୟାଳୟରୁ କଳାରେ ସ୍ନାତକ ପରେ ଉତ୍କଳ ବିଶ୍ୱବିଦ୍ୟାଲୟରୁ ରାଜନୀତିରେ ସ୍ନାତକୋତର ଡ଼ିଗ୍ରୀ ହାସଲ କରିଥିଲେ । ଏହାପରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରୁ ସାମ୍ବାଦିକତାରେ ଡିପ୍ଲୋମା ହାସଲ କରିଛନ୍ତି । ତାଙ୍କରି ସଫଳତା ପାଇଁ ଆଦିବାସୀ ହୋ ସମାଜ ମହାସଭାର ସଭାପତି ମନୋରଞ୍ଜନ ତିରିଆ, ହୋ ଗାଲାଙ୍ଗ କମିଟିର ସଭାପତି ଗଙ୍ଗାଧର ହେମ୍ବ୍ରମ, ସଂସ୍ଥାପକ ଗିରିଶ ଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande