ବାରିପଦା, ୨ ଅଗଷ୍ଟ (ହି.ସ.)- ବାରିପଦା- ଚିତ୍ରଡ଼ା ରାସ୍ତାର ଙ୍ଗାମାଟିଆ ଛକ ନିକଟରେ ଏକ ଅଜଣା ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବେତନଟୀ ଥାନା ଅନ୍ତର୍ଗତ ଜାମଦାପାଳ ଅଞ୍ଚଳର କୁନା ସୋରେନ(୩୦)। ସେ ଜଣେ ସାଙ୍ଗର ବିବାହରେ ଯୋଗ ଦେବାକୁ ରଙ୍ଗାମାଟିଆ ଯାଇଥିଲେ। ସେଠାରୁ ଘରକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଏକ ଅଜଣା ଟ୍ରକ ଦ୍ରୁତଗତିରେ ତାଙ୍କୁ ଧକ୍କା ଦେଇଥିଲା। ସେ ଭାରସାମ୍ୟ ହରାଇ ରାସ୍ତାରେ ପଡି ଯାଇଥିଲେ। ଯାହା ଫଳରେ ଜୋରରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ