ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ
ଜୟପୁର, ୨ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ବାରାଣସୀରେ ଉନ୍ମୋଚନ କରାଯାଇଥିଲା। ଏହା ଦେଶର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏକକାଳୀନ, ଏହା କୋରାପୁଟ ଜିଲ୍ଲାର ସଦଭାବନା ସଭାଗୃହରେ ପାଳିତ ହୋଇଥିଲା। ଏ
ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି  ପ୍ରଧାନମନ୍ତ୍ରୀ  ଦ୍ୱାରା ଉନ୍ମୋଚନ


ଜୟପୁର, ୨ ଅଗଷ୍ଟ (ହି.ସ.)-

ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ବାରାଣସୀରେ ଉନ୍ମୋଚନ କରାଯାଇଥିଲା। ଏହା ଦେଶର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏକକାଳୀନ, ଏହା କୋରାପୁଟ ଜିଲ୍ଲାର ସଦଭାବନା ସଭାଗୃହରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀସସ୍ମିତା ମେଲେକା, ବିଧାୟକ କୋରାପୁଟ, ରଘୁରାମ ମାଛ, ବିଧାୟକ କୋଟପାଡ ରୂପୁ ଭତ୍ରା, କଲେକ୍ଟର କୋରାପୁଟ, ମନୋଜ ସତ୍ୟବାନ ମହାଜନ ସମ୍ମାନିତ ଅତିଥି ଥିଲେ ଏବଂ କୋରାପୁଟର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୋରାପୁଟର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ କୋରାପୁଟ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି କୋରାପୁଟ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା କୋରାପୁଟ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୋରାପୁଟ, କେବିକେ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୧୦୦ ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୬୯୬୬୫ ଥିଲା ଯେଉଁମାନଙ୍କୁ ତେର କୋଟି ୯୩ ଲକ୍ଷ ତିରିଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande