ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ
ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।
ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ।


ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.)

ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବ୍ଯାପକ କରାଇବାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଉଦ୍ୟମ ଅପରିହାର୍ଯ୍ୟ । ଏହି ଉଦ୍ୟମ ପାଇଁ ପଶ୍ଚିମ ଓଡ଼ିଶାର ଆବାଳ ବୃଦ୍ଧ ବନିତା ଗୁରୁଙ୍କ ସ୍ମୃତି ଓ ସମ୍ମାନାର୍ଥେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ

ଜନ୍ମଦିନ ଅଗଷ୍ଟ ୦୧ ତାରିଖକୁ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଭାବେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଗତ ୧୨ ବର୍ଷ ଧରି ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ୧୩ ତମ ବାର୍ଷିକ ଓ ଏହାକୁ ଦୁଇ ଦିନିଆ କାର୍ଯ୍ୟକ୍ରମରେ ପାଳିତ ହୋଇଯାଇଛି । ଶୁକ୍ରବାର ପ୍ରତ୍ୟୁଷରେ ଗୁରୁ ବହିଦାରଙ୍କର ଜନ୍ମସ୍ଥାନ ସୋନପୁର ମାଟିରୁ ଆସିଥିବା ଏକ ମଶାଲ ଯାତ୍ରାକୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ମଶାଲ ଯାତ୍ରାରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ନାତି ଏବଂ ପଶ୍ଚିମ ମିଡିଆର ସଦସ୍ୟମାନେ ସୋନପୁରରୁ ସାମିଲ ହୋଇଥିଲେ। ପଶ୍ଚିମାଞ୍ଚଲ ଏକତା ମଞ୍ଚର ସଦସ୍ୟ ସଦସ୍ୟା ଏବଂ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନର ବ୍ୟକ୍ତି ବିଶେଷ ମାନେ ଆସି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ଦୁଇ ପ୍ରହର ତିନିଟାରୁ ମଞ୍ଚ ପୂଜାରୁ ଆରମ୍ଭ ହୋଇଥିଲା ମୁଖ୍ୟ କାର୍ଯ୍ୟକ୍ରମ। ସର୍ବ ପ୍ରଥମେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ସର୍ବଶ୍ରେଷ୍ଠ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ମାନରେ ନାଟ୍ୟକାର, ଅଭିନେତା ଗୁରୁ ଭୁବନ ଭୋଇଙ୍କୁ ଚଳିତ ବର୍ଷ ର ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭବାନୀ କଳା ପରିଷଦ, ଢୋଲ ମୁହୁରୀ ପରିଷଦ, ଭରନି କଳା ପରିଷଦ, ଟିଟଳାଗଡ ଢ଼ାପ ନୃତ୍ୟ ପରିଷଦ, ପଞ୍ଚବାଦ୍ୟ ଇତ୍ୟାଦି ଅନୁଷ୍ଠାନର କଳାକାର ମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ତତ୍ ସହିତ ସମ୍ବଲପୁରୀ ପିନ୍ଧl ଓଢା ଉପରେ ରେମ୍ପ ସୋ ହେଇଥିଲା। ଶତ୍ରୁଘ୍ନ ଲୁହା, ନବୀନ କୁମାର, ଆଶୀର୍ବାଦ ମହାନ୍ତି, ଅରୁଣ ରାଜହଂସ, ଅର୍ପିତା ମିଶ୍ର, ତୁଲାରାମ କଲେତ, ଲିପିକା ବିଭାର, ଅଙ୍କିତ ରାଜ, ସୌଭାଗ୍ୟ ଲଷ୍ମୀ ଦାଶ ପ୍ରମୁଖ ଗାୟକ ଗାୟିକା ମାନେ ଶ୍ରୃତିମଧୁର ସମ୍ବଲପୁରୀ ଭଜନ, ସମ୍ବଲପୁରୀ ଲୋକସଙ୍ଗୀତ ଗାଇ ଲୋକଙ୍କ ହୃଦୟ ଜିଣିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ମଞ୍ଚର ଉପଦେଷ୍ଟା ନାଉରି ନାୟକ, ପ୍ରମୋଦ ରଥ, ସମ୍ବଲପୁର ଜିଲାପାଳ, ଏସପି, କମିଶନର, ଅତିଥି ଭାବେ ଆସି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ରାଜ୍ଯ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗ୍ରାମ ଉନ୍ନୟନ, ପଞ୍ଚାୟତି ରlଜ ଓ ପାନୀୟ ଜଳ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ ଏବଂ ଓଡିଶା ସରକାରଙ୍କର ରାଜସ୍ବ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ଆଇଆଇଏମ ଅଧିକାରୀ ମହାଦେବ ଜୟଶୱାଲ ପ୍ରମୁଖ ସମ୍ବଲପୁରୀ ଭାଷା, ବସ୍ତ୍ର ଏବଂ ସଂସ୍କୃତିକୁ ରକ୍ଷଣଶୀଳ ଓ ଏହାର ଉତ୍ତରୋତ୍ତର ସମୃଦ୍ଧି ପାଇଁ ଏଥିରେ ଗଭୀର ଗବେଷଣା କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନିଜ ବ୍ଯକ୍ତବରେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ସଂସ୍କାର ପ୍ରତି ନିଷ୍ଠା ହେବା ପାଇଁ ଉତ୍ସାହିତ କରିଥିଲେ। ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଷ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଅନୁଷ୍ଠାନ ସଂଯୋଜକ ସୁବୋଧ ଦୋରା, ଉପଦେଷ୍ଟା ପ୍ରମୋଦ ରଥ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପଶ୍ଚିମାଞ୍ଚଲ ଏକତା ମଞ୍ଚର ଯୁବ ଶକ୍ତି ସଦସ୍ୟ, ନାରୀଶକ୍ତି ସଦସ୍ୟା ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande