୭୯ତମ ସ୍ୱାଧୀନତା ଦିବସ ପାଈଁ ପାଟଣାରେ ପ୍ରସ୍ତୁତି ବୈଠକ
କେନ୍ଦୁଝର, ୦୨ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପକ୍ଷରୁ ୭୯ତମ ସ୍ୱାଧୂନତ ଚତା ଦିବସ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ଶିକ୍ଷିକ ପାର୍ଥସାର ସାରଥୀ ବେଜ୍ ସଂଯୋଜନା କରିଥିବାବେଳେ ଅଭୟ କୁମାର ଦେହୁରୀ ପରିଚାଳନା କରିଛନ୍ତି। ସ୍ୱାଧୀନତା ପ୍ରସ୍ତୁତି ବୈଠକ ପାଟଣା ବିଡିଓ ଅଶ୍ୱି
୭୯ତମ ସ୍ୱାଧୀନତା ଦିବସ ପାଈଁ ପାଟଣାରେ ପ୍ରସ୍ତୁତି ବୈଠକ


କେନ୍ଦୁଝର, ୦୨ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପକ୍ଷରୁ ୭୯ତମ ସ୍ୱାଧୂନତ ଚତା ଦିବସ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ଶିକ୍ଷିକ ପାର୍ଥସାର ସାରଥୀ ବେଜ୍ ସଂଯୋଜନା କରିଥିବାବେଳେ ଅଭୟ କୁମାର ଦେହୁରୀ ପରିଚାଳନା କରିଛନ୍ତି। ସ୍ୱାଧୀନତା ପ୍ରସ୍ତୁତି ବୈଠକ ପାଟଣା ବିଡିଓ ଅଶ୍ୱିନୀ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶୁଭେନ୍ଦୁ ସାଗର କୁମାର ନାଏକ, ବନ୍ୟାଂଚଳ ଅଚାକାରୀ ବନବିହାରୀ ସର୍ଦ୍ଦାର, ପାଟଣା ବିଧାୟକ ପ୍ରତିନିଧି କମଳାକାନ୍ତି ଦାଶ, ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ୭୯ତମ ସ୍ୱାଧୀନତା ଦିବସ ଅବସରରେ ପାଟଣା ସରକାରୀ, ବେସରକାରୀ, ଶିକ୍ଷା ଅନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର, ସୁରକ୍ଷା, ଅଗ୍ନିଶମ ବିଭାଗ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ଜାତୀୟ ପତକା ଉତୋଳନ ସମୟ ୭.୩୦ ଧାର୍ଯ୍ୟ କରାଯାଇ ଥିବାବେଳେ ବ୍ଲକ ପ୍ରଶାସନ ତରଫରୁ ଷ୍ଟାଡିୟମ ଠାରେ ଆୟୋଜିତ ପ୍ୟାରେଡ କାର୍ଯ୍ୟକ୍ରମରେ ସକାଳ ୯ଟା ସମୟରେ ପତକା ଉତୋଳନ ସମୟ ରଖାଯାଇଛି। ଏହି ଅବସରରେ ପାଟଣା ବ୍ଲକ ମଣ୍ଡଳ ଶିକ୍ଷା ଅତିରିକ୍ତ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ସେଠୀ, ବନପାଳ ଅଧିକାର ନିରଞ୍ଜନ ସେଠୀ,ଅଗ୍ନିଶମ ବିଭାଗ ଅଧୂକାରୀ ଗୌରମୋହନ ହେମ୍ବ୍ରମ, ଥାନା ଅତିରିକ୍ତ ଅଧିକାରୀ ଗୌରହରି ହରି ଗ୍ରାଡ଼ିଆ, ଯୋଗାଣ ମାରାଣ୍ଡି, ଡବ୍ଲ୍ୟୁଇଓ ସିପ୍ରାରାଣି ମହାନ୍ତି ଓ ପାଟଣା ଆଂଚଳିକ ମହାବିଦ୍ୟାଳୟ କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ,ଜି.ଏନ୍ ହାଇସ୍କୁଲ କ୍ରୀଡା ଶିକ୍ଷୟତ୍ରୀ ଦୁର୍ଗାବତୀ ମହାନ୍ତି, ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ପ୍ରମୋଦ କୁମାର ଭଞ୍ଜ ତଥା ପାଟଣା ଅଂଚଳ ସମାଜ ସେବୀ ଓ ବୁଦ୍ଧିଜିବୀମାନେ ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande