ଭୁବନେଶ୍ୱର, ୨ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ସର୍ବାଧିକ ୭୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୬୪.୮ ମି.ମି., ଗଞ୍ଜାମ ଜିଲ୍ଲାର ଧରାକୋଟରେ ୫୩.୦ ମି.ମି., ଆସ୍କାରେ ୪୭.୦ ମି.ମି., ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୪୨.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୩୯.୦ ମି.ମି., ବାଲେଶ୍ୱର ଜିଲ୍ଲାର ଏନଏଚ-୫, ଗୋବିନ୍ଦପୁରରେ ୩୨.୪ ମି.ମି., ପୁରୀ ଜିଲ୍ଲାର ପୁରୀରେ ୩୧.୦ ମି.ମି., ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ୩୦.୮ ମି.ମି., ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗିରେ ୨୭.୦ ମି.ମି., ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ୨୬.୦ ମି.ମି., ହିଞ୍ଜିଳିରେ ୨୪.୦ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୨୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ