ଖୋର୍ଦ୍ଧା, ୨ ଅଗଷ୍ଟ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଖୋର୍ଦ୍ଧା, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର, ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ ଖୋଲା ଯିବାକୁ ଥିବା ବୁଥ ଗୁଡ଼ିକ ଉପରେ ପୁଙ୍ଖ।ନୂପୁଙ୍ଖ ଆଲୋଚନା କରିଥିଲେ l ୧୧୧ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୧୨ ଭୁବନେଶ୍ୱର କେନ୍ଦ୍ର,୧୧୩ ଭୁବନେଶ୍ୱର ମଧ୍ୟ,୧୧୪ ଭୁବନେଶ୍ବର ଏକ୍ରାମ,୧୧୫ ଜଟଣୀ ,୧୧୬ ବେଗୁନିଆ,୧୧୭ ଖୋର୍ଦ୍ଧା ଏବଂ ୧୧୮ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଯେଉଁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାନ କେନ୍ଦ୍ର ଖୋଲା ଯିବାକୁ ସ୍ଥରିକୃତ ହୋଇଚ୍ଛି ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ହୋଇଥିଲା l ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ପ୍ରସ୍ତାବ ପାଇଲାପରେ ସେଗୁଡିକ ନିର୍ବାଚନ କମିଶନଙ୍କ,ନିକଟକୁ ସୁପାରିଶ କରାଯିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ବୃନ୍ଦ ମାନଙ୍କ ସହ ଆଲୋଚନା କରାଯାଇ ସେମାନେ ଯେପରି ନିଜର ରାଜନୈତିକ ବି ଏଲ ଓ ଙ୍କୁ ନିଯୁକ୍ତି ଦେବେ ସେଥିପ୍ରତି ଧ୍ୟାନ ଦେବାକୁ ରାଜନୈତିକ ନେତୃବର୍ଗଙ୍କୁ ଅନୁରୋଧ କରାଯାଇଥିଲା l ପ୍ରକାଶ ଥାଉକି ନୂତନ ମତଦାନ କେନ୍ଦ୍ର ଖୋଲା ଯିବାରେ୧୧୩ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି,୧୧୬ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାରିଗୋଟି,୧୧୭ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କୋଡ଼ିଏ ଗୋଟି ଏବଂ୧୧୮ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଠର ଗୋଟି ବୁଥ ଅନ୍ତର୍ଭୁକ୍ତ ଅଟେ l ଏହି ବର୍ଦ୍ଧିତ ୪୪ ଗୋଟି ବୁଥ କୁ ମିଶାଇଲେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ବୁଥ ସଂଖ୍ୟା ୨୪୨୫ ହେବ l
ଉକ୍ତ ବୈଠକରେ ୧୧୨ ବିଧାନ ସଭା,ଇ ଆର ଓ, ଧନଞ୍ଜୟ ମହାନ୍ତି,୧୧୩ ବିଧାନ ସଭା ଇ ଆର ଓ ମନ୍ମଥ କୁମାର ନାୟକ, ଡେପୁଟି କଲେକ୍ଟର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜେଶ କୁମାର ମହାନ୍ତି, ଡେପୁଟି କଲେକ୍ଟର, ନିର୍ବାଚନ ମନୋଜ କୁମାର ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ଯୋଗଦେଇଥିବା ବେଳେ ଆମ ଆଦମୀ ପାର୍ଟିର ପ୍ରଶାନ୍ତ କୁମାର ରଣସିଂହ, ଭାରତୀୟ ଜାତୀୟ କଂଗ୍ରେସ ର ସୌମ୍ୟ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ବଦ୍ରି ନାରାୟଣ ଦାଶ ଏବଂ ବିଜୁ ଜନତା ଦଳର ହେମନ୍ତ କୁମାର ଗୋଛାୟତ ଯୋଗଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ରାକେଶ