ଆଦର୍ଶ କ୍ରିଡା ଶିକ୍ଷୟତ୍ରୀ ଓ ହିନ୍ଦୀ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଖୋର୍ଦ୍ଧା, ୨ ଅଗଷ୍ଟ (ହି.ସ.)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ରେଣୁବାଳା ଦାଶ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ତେବେ ସେ ଦୀର୍ଘ ୩୦ ବର୍ଷ ଧରି ଗୋଟିଏ ସ୍କୁଲରେ ଶିକ୍ଷକତା କରି ଅବସର ନେଇଥଲେ। ଶନିବାର ବିଦ୍ୟାଳୟ ପକ୍ଷରୁ କାର୍ଯକାରୀ ପ୍ରଧାନ ଶିକ୍ଷକ ପ୍ରଶାନ୍ତ
ଅବସର


ଖୋର୍ଦ୍ଧା, ୨ ଅଗଷ୍ଟ (ହି.ସ.)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ରେଣୁବାଳା ଦାଶ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ତେବେ ସେ ଦୀର୍ଘ ୩୦ ବର୍ଷ ଧରି ଗୋଟିଏ ସ୍କୁଲରେ ଶିକ୍ଷକତା କରି ଅବସର ନେଇଥଲେ। ଶନିବାର ବିଦ୍ୟାଳୟ ପକ୍ଷରୁ କାର୍ଯକାରୀ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣମୟୀ ଦାସ ଯୋଗଦେଇ କ୍ରୀଡା ଶିକ୍ଷୟତ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ତିଳୋତ୍ତମା ପଟ୍ଟନାୟକ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ଜଣେ ମେଳାପି ଓ ଛାତ୍ରୀବତ୍ସଳ ଥିଲେ। ତାଙ୍କ ନେତୃତ୍ଵରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ରଜ୍ୟ ଓ ରାଜ୍ଯ ବାହାରେ ବିଦ୍ୟାଳୟ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି।

ଅନୁରୂପ ଭାବେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଘନଶ୍ୟାମ ନନ୍ଦଙ୍କୁ ମଧ୍ୟ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande