ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଶୁଭାରମ୍ଭ
ଜୟପୁର, ୨ ଅଗଷ୍ଟ (ହି.ସ.) - କୋରାପୁଟ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅ
ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଶୁଭାରମ୍ଭ


ଜୟପୁର, ୨ ଅଗଷ୍ଟ (ହି.ସ.) - କୋରାପୁଟ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋଟପାଡ ବିଧାୟକ ରୂପୁ ଭତ୍ରା , ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଆଇଏଏସ ପ୍ରୋବେସେନାରୀ ସନ୍ତୋଷ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଜୁଲାଇରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ସମ୍ପୂର୍ଣ୍ଣତା ଅଭିଯାନ ସମୟରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଛଅଟି ମୁଖ୍ୟ କାର୍ଯ୍ୟଦକ୍ଷତା ସୂଚକରେ ହାସଲ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ, ଫ୍ରନଟଲାଇନ କର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମ୍ମାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ।ଆକାଂକ୍ଷା ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଛଅଟି ସୂଚକାଙ୍କ ହାସଲ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସକୁ ସ୍ୱୀକୃତି ଦେଇ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ, ଫ୍ରନଟଲାଇନ୍ କର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସପ୍ତାହବ୍ୟାପୀ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି। ଯେଉଁଥିରେ କୋରାପୁଟ ଜିଲ୍ଲାର ବିଭିନ୍ନ ପାରମ୍ପରିକ ଏବଂ ସ୍ଥାନୀୟ ଭାବରେ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶିତ ଉତ୍ପାଦଗୁଡ଼ିକ ମଧ୍ୟରେ କୋରାପୁଟ କଫି, କଳାଜୀରା ଚାଉଳ, ହଳଦୀ, ଲେମ୍ବୁ ଗ୍ରାସ ତେଲ, ପୁଦିନା ତେଲ, ଷ୍ଟ୍ରବେରୀ, ବାଉଁଶ ହସ୍ତଶିଳ୍ପ ଏବଂ ଟେରାକୋଟା କଳାକୃତି ଅନ୍ତର୍ଭୁକ୍ତ ଥିଲା। ସ୍ଥାନୀୟ ଉତ୍ପାଦକମାନଙ୍କ ଦ୍ୱାରା ତିଆରି ଏବଂ ଚାଷ କରାଯାଇଥିବା ଏହି ଉତ୍ପାଦଗୁଡ଼ିକ କୋରାପୁଟର ସମୃଦ୍ଧ ସାଂସ୍କୃତିକ ଏବଂ କୃଷି ଐତିହ୍ୟକୁ ପ୍ରତିଫଳିତ କରେ। ବିଭିନ୍ନ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରାଯିବା ସହ ବିକ୍ରୀ କରାଯାଉଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ନନ୍ଦପୁର ଅଧ୍ୟାପକ ରବି ଶତପଥି ଯୋଗଦେଇ ମଂଚ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande