ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଶାର ସମସ୍ତ କଲେଜରେ ପ୍ରାର୍ଥୀ ଦେବ ଯୁବଛାତ୍ର କ୍ରାନ୍ତି ସେନା
ଭୁବନେଶ୍ୱର, ୨ ଅଗଷ୍ଟ (ହି.ସ.) – ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେବ ଯୁବଛାତ୍ର କ୍ରାନ୍ତି ସେନା। ଓଡ଼ିଶାରେ ଥିବା ସମସ୍ତ ଆଦର୍ଶଗତ ଓ ବିଚାରଧାରା ଛାତ୍ର ସଂଗଠନ ସହ ସାମିଲ୍ ହୋଇ ଛାତ୍ର ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଯୁବ
ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଶାର ସମସ୍ତ କଲେଜରେ ପ୍ରାର୍ଥୀ ଦେବ ଯୁବଛାତ୍ର କ୍ରାନ୍ତି ସେନା


ଭୁବନେଶ୍ୱର, ୨ ଅଗଷ୍ଟ (ହି.ସ.) – ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେବ ଯୁବଛାତ୍ର କ୍ରାନ୍ତି ସେନା। ଓଡ଼ିଶାରେ ଥିବା ସମସ୍ତ ଆଦର୍ଶଗତ ଓ ବିଚାରଧାରା ଛାତ୍ର ସଂଗଠନ ସହ ସାମିଲ୍ ହୋଇ ଛାତ୍ର ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଯୁବଛାତ୍ର କ୍ରାନ୍ତି ସେନାର ଆବାହକ ପାର୍ଥ ସାରଥୀ ମୁଦୁଲି ପ୍ରକାଶ କରିଛନ୍ତି।

୨୦୧୮ ମସିହା ପରେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ଗଣତନ୍ତ୍ରର ମୂଲ୍ୟବୋଧକୁ ଭୟ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବା ଆଦୌ ଶୁଭଙ୍କର ନୁହେଁ। କାହା ସ୍ୱାର୍ଥରେ ଏବଂ କାହା ଚାପର ବଶବର୍ତୀ ହୋଇ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି ତାହା ଏବେବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା ନକରି ଗଣତନ୍ତ୍ରର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରନ୍ତୁ। ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ପାଇଁ ଯେଉଁ ଷଡ଼ଯନ୍ତ୍ର ହେଉଛି, ତାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀଯୁକ୍ତ ମୁଦୁଲି ମତବ୍ୟକ୍ତ କରିଛନ୍ତି। ୧୮ ବର୍ଷର ଜଣେ ଭୋଟ ଦେଇପାରିବ, ହେଲେ କ୍ୟାମ୍ପସରେ ସେ ନେତା ଚୟନ କରିପାରିବ ନାହିଁ। ସାଧାରଣ ଘରର ପିଲାଟିଏ ନେତା ନହେଉ, ଏହାକୁ ନେଇ ଏକ ବିରାଟ ଷଡ଼ଯନ୍ତ୍ର ଚାଲିଛି। ଯୁବଛାତ୍ର କ୍ରାନ୍ତି ସେନାର ଦାବି ଶାନ୍ତି ଓ ଶୃଙ୍ଖଳା ସହିତ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରନ୍ତୁ ରାଜ୍ୟ ସରକାର ଏବଂ ରାଜ୍ୟରେ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande